କଳିଙ୍ଗା ଘାଟିରୁ ୭ଡକାୟତ ଗିରଫ,୨ ଫେରାର ।

0 184

ଭଞ୍ଜନଗର,(ପିପିଟି)୧୨/୦୬, ଗତକାଲି ରାତିରେ ଏହି ଦୁର୍ବୃତ୍ତ ମାନେ କଳିଙ୍ଗା ଘାଟିରେ ଡକାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସେଠାରେ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଛି।୨ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ସେମାନଙ୍କ ଠାରୁ ୨ଟି ଖଣ୍ଡା, ୪ଟି ଜୀବନ୍ତ ବୋମା, ମଦ ବୋତଲ, ଲଙ୍କାଗୁଣ୍ଡ ପ୍ୟାକେଟ, ସ୍କୃ ଡ୍ରାଇଭର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।ଗତ କିଛି ଦିନ ହେଲା କଳିଙ୍ଗା ଘାଟିରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ଏହାକୁ ପ୍ରତିହତ କରିବାକୁ ଭଞ୍ଜନଗର ପୋଲିସ ଜାଲ ବିଛାଇଥିଲା।ଗିରଫ ଅଭିଯୁକ୍ତ ମାନେ ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ବୋଲି ଆଇ ଆଇ ସି ସୁଦୀପ୍ତ କୁମାର ସାହୁ କହିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.