କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବା ମାର୍କେଟ ସ୍ଥାନାନ୍ତରିତ ।

0 502

ଶେରଗଡ଼,୦୧/୦୭(ପିପିଟି); ସାରା ବିଶ୍ୱ ରେ କୋଭିଡ୧୯ ବା କରୋନା ଭୁତାଣୁ ଦିନ କୁ ଦିନ ଉଗ୍ର ରୂପ ଧାରଣ କରିବା ରେ ଲାଗିଛି ଏବେ ଏହା ଆମ ଭାରତ ରେ ଧୀରେ ଧୀରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିରହିଛି । ଏହାକୁ ଦୃଷ୍ଟି ରଖି ଶେରଗଡ଼ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା ଲାଗି ଆଜି ଶେରଗଡ଼ ପରିବା ବଜାରକୁ ସ୍ଥାନାନ୍ତରିତ କରାଯାଇଛି । ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା,ସମସ୍ତ ପରିବା ବ୍ୟବସାୟୀ ମାନଙ୍କୁ  ଜଣେ ବ୍ୟବସାୟୀ ଅନ୍ୟ ଜଣଙ୍କ ଠାରୁ ୩ ମିଟର ଦୂରତା ରଖି ବସିବେ ,ମାସ୍କ ବ୍ୟବହାର କରିବେ, ଓ ନିଜେ ନିଜେ ସଚେତନ ରହିବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ ବୋଲି ତହସିଲଦାର ଡଃ ପରିଡ଼ା ବ୍ୟବସାୟୀ ମାନଙ୍କୁ ସଚେତନ କରି ଥିଲେ । ବ୍ୟବସାୟୀ ମାନେ ସାମାଜିକ ଦୂରତା  ରଖିଥିବାର ଦେଖି ବ୍ୟବସାୟୀ ଓ ଜନସାଧାରଣଙ୍କୁ ତହସିଲଦାର ଡଃ ପରିଡ଼ା ଧନ୍ୟବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.