କରୋନା ଲଢେଇରେ ବିଜୟ ହାସଲ ସକାଶେ ସତର୍କତା ହିଁ ଏକମାତ୍ର ଅସ୍ତ୍ର ।

0 1,507

ଛତ୍ରପୁର,ତା- ୦୨.୦୭.୨୦ ;ଲୋକଙ୍କ ଜୀବନ ଜୀବିକା ସକାଶେ ସରକାରଙ୍କ ପକ୍ଷରୁ କେହଳ କରାଯାଇଅଛି  । ସାରା ଓଡିଶାରେ ଗଞ୍ଜାମ ଜିଲ୍ଲା ହିଁ ଏକମାତ୍ର ଜିଲ୍ଲା ଯେଉଁ ଜିଲ୍ଲାରେ ବହୁ ପ୍ରବାସୀ ଫେରିଛନ୍ତି  ଏବଂ ଜିଲ୍ଲାର ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି  । ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ କରିବା ସକାଶେ ଏବଂ ଜିଲ୍ଲାକୁ କୋଭିଡ୍ ମୁକ୍ତ କରିବା ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅହରହ ପ୍ରୟାସଜାରି ରଖିଛନ୍ତି । ଜନ ସାଧାରଣଙ୍କ ହିତଦୃଷ୍ଟିରୁ ହିଁ  ପ୍ରଶାସନ ଲକଡାଉନ୍, ସଟ୍ ଡାଉନ୍ ଭଳି କଠୋର ନୀତି ଆପଣେଇବାକୁ ବାଧ୍ୟ ହେଉଛନ୍ତି  । ଯଦି ଜନ ସାଧାରଣ ନିଜର ତଥା ସମସ୍ତଙ୍କର ମଙ୍ଗଳ ସକାଶେ କରୋନା ସଂକ୍ରମଣ ରୋକିବା ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁଡିକ ଆପଣେଇ ଥାଆନ୍ତେ-ନିଜେ ସଚେତନ ହୁଅନ୍ତେ ତତ୍ ସହିତ ଅନ୍ୟମାନଙ୍କୁ ସଚେତନ କରାଇ ଥାଆନ୍ତେ ତେବେ ଜିଲ୍ଲାରେ ଏତେ ସଂଖ୍ୟକ କରୋନା ସଂକ୍ରମଣ ହୋଇ ନଥାଆନ୍ତା  । ଜନ ସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ ସେମାନେ ଜରୁରୀ ନ ଥିଲେ ଘରୁ କିମ୍ବା କାର୍ଯ୍ୟ ସ୍ଥଳରୁ ବାହାରକୁ ଯାଆନ୍ତୁ ନାହିଁ । ବାହାର ରନ୍ଧାଖାଦ୍ୟ ଆଣି ଖାଇବା ବନ୍ଦ କରନ୍ତୁ, କାରଣ ଏଥିଯୋଗୁଁ ସାମାଜିକ ଦୂରତ୍ବ ନିୟମ ଉଲଂଘନ ହେଉଛି  । ଆପଣ ନିଜେ ଏବଂ ଆପଣଙ୍କ ପରିବାର ବର୍ଗ ଓ ବୟସ୍କଙ୍କ ଜୀବନ ବିପଦ ଆଡକୁ ଟାଣନ୍ତୁ ନାହିଁ  । କୃଷି କାର୍ଯ୍ୟ, ମାଲବାହୀ ଯାନ ଓ ସ୍ବାସ୍ଥ୍ୟ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଯାନ ବାହନ ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଚଲାଇବା ବାରଣ କରାଯାଇଛି ।ସମସ୍ତଙ୍କୁ ପ୍ରଶାସନ ତରଫରୁ ଅନୁରୋଧ ସେମାନେ ନିଜ ସ୍ଥାନରେ ଘରେ ରୁହନ୍ତୁ, ନିଜ ଘର ପାଖରେ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଚାଲିଚାଲି ଯାଇ ଅତ୍ୟାବଶ୍ୟକ ସାମଗ୍ରୀ କିଣନ୍ତୁ  । ବରିଷ୍ଠ ନାଗରୀକ ନିଶ୍ଚିତ ରୂପେ ଘରେ ରୁହନ୍ତୁ  । ଚଳିତ ମାସ ୩୧ ତାରିଖ  ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ବ୍ୟବହାରକୁ ନିଷିଦ୍ଧ କରାଯାଇଛି  । ଯେଉଁମାନେ କୋଭିଡ୍ କାର୍ଯ୍ୟରେ ନିଯୋଜିତ ଅଛନ୍ତି ଏବଂ ସେମାନଙ୍କଠାରେ ପାସ୍ ଅଛି ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଦୁଇଚକିଆଯାନ ବ୍ୟବହାର କରିବେନାହିଁ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ । ବ୍ୟବସାୟୀ ମାନେ ସେମାନଙ୍କ ଦୋକାନ ଖୋଲିବା ସମୟରେ କୋଭିଡ୍ ସତର୍କତା ନିୟମ ପାଳନ କରନ୍ତୁ ନଚେତ୍ ସେମାନଙ୍କୁ ହଜାରେ ଟଙ୍କା ଜୋରିମାନା ଦେବାକୁ ପଡିବ । ଦ୍ବିତୀୟବାର ସଂପୃକ୍ତ ବ୍ୟବସାୟୀ ପୁନର୍ବାର ଭୂଲ କଲେ ଜୋରିମାନା ସହିତ ତାଙ୍କ ଦୋକାନ ଏକମାସ ବନ୍ଦ କରାଯିବ । ଜିଲ୍ଲାର ସମସ୍ତ ବ୍ଳକ୍ ଗସ୍ତ କରି ଗଞ୍ଜାମ ଜିଲ୍ଲାପାଳ ବ୍ଳକ୍ ର କୋଭିଡ୍ ପରିଚାଳନା କତାର୍ଯ୍ୟଧାରା ଓ ସତର୍କତା ଦିଗରେ ସ୍ଥାନୀୟ ସରପଞ୍ଚ  ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା ଓ ପରାମର୍ଶ ଦେଇ ଜିଲ୍ଲାରୁ କୋଭିଡ୍ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.