କରୋନା ଯୋଦ୍ଧା ଭଳି ଦିନ ରାତି ଏକ କରିଦେଇଥିବା ଏରେଣ୍ଡ୍ରା ସରପଞ୍ଚ ପ୍ରତନିଧିଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

0 2,434

ସାନଖେମୁଣ୍ଡି ,ତା-୨୦/୦୬(ପିପିଟି); କରୋନା ମହାମାରୀ ବର୍ତ୍ତମାନ ସମାଜ ପାଇଁ ଏକ ଜରୁରୀକାଳୀନ ଆହ୍ୱାନ ହୋଇଥିବା ବେଳେ ସମାଜର ପ୍ରତି ବର୍ଗର ଲୋକଙ୍କ ଲଢ଼େଇ କରୋନା ସହ ଜାରିରହିଛି । କରୋନାକୁ ଦୁରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ  ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହାତ କୁ ବାରମ୍ବାର ଧୋଇବା,ସାମାଜିକ ଦୂରତା ବଜାୟ ରଖିବା,ମାସ୍କ ବ୍ୟବହାର କରିବା,ବିନା କାରଣ ରେ ବାହାରକୁ ନ ବାହାରିବା ଉପରେ ଗୁରୁତ୍ୱ ଦିଆଯାଉଛି । ସାରା ବିଶ୍ୱ ଏବେ ଚିନ୍ତିତ । ମହାମାରୀ କରୋନା ଦାଉରୁ ରକ୍ଷା କରିବାପାଇଁ ରାଜ୍ୟସରକାର ପ୍ରୟାସ ଜାରୀରଖିଛନ୍ତି । ଏମିତି ଏକ ଘଡି ସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଓଡ଼ିଆ ମାନଙ୍କ ଘର ବାହୁଡା ମଧ୍ୟ ଏକ ଚିନ୍ତା ଜନକ । କାରଣ ମହାମାରୀ କରୋନା  ଲକ୍ଷଣ ପ୍ରବାସୀ ମାନଙ୍କଠୁ ହିଁ ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ରେ କରୋନା ପ୍ରଭାବ ଦେଖିବାକୁ ମିଳୁଛି  କିନ୍ତୁ ଏହାକୁ ଖାତିର ନ କରି ଦିନ ରାତି ଏକ କରିଦେଇଛନ୍ତି ଏରେଣ୍ଡ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି  ସହଦେବ ପ୍ରଧାନ । କରୋନା ଯୋଦ୍ଧା ଭଳି ଦିନ ରାତି ଲୋକ ମାନଙ୍କ ସେବାରେ ଲାଗିପଡିଛନ୍ତି ଶ୍ରୀ ପ୍ରଧାନ । ଏକ ସୁସ୍ଥ ଏବଂ ଅଦର୍ଶ ପଞ୍ଚାୟତ ରୂପେ  ଗଢିତୋଳିଥିବା ଶ୍ରୀ ପ୍ରଧାନଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମର ବିଶ୍ୱନାଥ ପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ରୁ ୨୫ ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ଆଜି ନିଜ ନିଜ ଘର ବାହୁଡା ହେଇଛନ୍ତି । ବିଭିନ୍ନ ଦେଶ ରୁ ଆସିଥିବା ପ୍ରବାସୀ ଓଡ଼ିଆ ଦୀର୍ଘ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଆଜି ସେମାନଙ୍କର ଅବଧି ଶେଷ ହୋଇଥିବାରୁ ପ୍ରବାସୀ ଆଜି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯିବା ବେଳେ ପ୍ରବାସୀ  ସହଦେବ ପ୍ରଧାନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ଫୁଲମାଳ ଅର୍ପଣ କରିଥିଲେ । ଠିକ ସେ ସେମାନଙ୍କ ଦେଖାଶୁଣା, ରହିବା, ଖାଇବା,ଶୋଇବା,ପରିବେଶ ସଫା ସୁତୁରା ଏବଂ ପ୍ରତ୍ୟେକ ଦିନ ସେମାନଙ୍କ ମେଡିକାଲ ଚେକପ୍ ଉପରେ ବହୁତ ଗୁରୁତ୍ୱ ଦେଇଥିଲେ ।ଏସବୁର ସୁବିଧା ଦେଖି ପ୍ରବାସୀ ମାନେ  ବହୁତ ଖୁସି ହୋଇ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ । ଏବଂ କହିଥିଲେ ୧୪ ଦିନ କଣ ୧୪ ମାସ ହେଲେ ମଧ୍ୟ ଆମେ ରହିବୁ । ଯିବାବେଳେ କିଛି ପ୍ରବାସୀ ଙ୍କ ଆଖିରୁ ମଧ୍ୟ ଲୁହ ଆସିଯାଇଥିଲା । ଯିବା ବେଳେ ପ୍ରବାସୀ ଙ୍କୁ ଅଙ୍ଗନୱାଡି କର୍ମୀ,ଆଶା ଦିଦି ଏବଂ ସ୍ବେଚ୍ଛାସେବୀଙ୍କ ଉପସ୍ଥିତି ରେ କୋଭିଡ଼ -୧୯ ପ୍ରମାଣପତ୍ର  ଏବଂ ୧୦୦୦ ଟଙ୍କା ଦେଇଥିଲେ ଶ୍ରୀ ପ୍ରଧାନ । ଶେଷରେ ଯିବାବେଳେ ପ୍ରବାସୀ ମାନେ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି ଯେ  ଏରେଣ୍ଡ୍ରା ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତର ମାନ୍ୟତା ମିଳୁ ବୋଲି ଅପିଲ କରିଛନ୍ତି ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.