କରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ।

0 338

ଭଞ୍ଜନଗର,(ପିପିଟି)୦୪/୦୫, ସରକାର ଲକ ଡାଉନ ଘୋଷଣା କରିବା ପରେ ପ୍ରଶାସନ ଓ ପୋଲିସ ବିଭାଗର କାର୍ଯ୍ୟ ବୃଦ୍ଧି ପାଇଛି।ଯାହାଫଳରେ ଦିନ ରାତି କଠିନ ପରିଶ୍ରମ କରି ପୋଲିସ ଓ ପ୍ରଶାସନର କର୍ମଚାରୀମାନେ ସମସ୍ତଙ୍କୁ ସୁରକ୍ଷା ଦେବାରେ ଲାଗିପଡିଛନ୍ତି।ସହର ଓ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରିବା ସହ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ତାଙ୍କର ଏହି ନିରନ୍ତର ସେବା ଜୁ ସମ୍ମାନ ଜଣାଇ ଭଞ୍ଜନଗର ବିଜୁ ସ୍ମୃତି ସଂସଦ, ବାଉଁଶଲୁଣ୍ଡି ତରଫରୁ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ବି ଡି ଓ ଅନୀଲ କୁମାର ସେଠୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ପ୍ରାୟ ୮୮ଜଣ ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏଥିରେ ବିଜୁ ସ୍ମୃତି ସଂସଦର ସମ୍ପାଦକ ରାଜେନ୍ଦ୍ର ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଜିତେନ୍ଦ୍ର କେଶରୀ ଆରୁଖ ଓ ଅନ୍ୟମାନେ ସହଯୋଗ କରିଥିଲେ।ସମାଜସେବୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.