କରୋନା ଯୁଦ୍ଧରେ ଅଗ୍ରଣୀ ଯୋଦ୍ଧା କୃତିବାସ ହରିଚନ୍ଦନ ଏବେ ଚର୍ଚ୍ଚାରେ ।

0 161

ରାମନାଗୁଡା ,(ପିପିଟି ନ୍ଯୁଜ୍)୨୮/୦୪-   ସାରା ବିଶ୍ବରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଆମଦେଶ ଏବଂ ରାଜ୍ୟ ମଧ୍ୟ ସେଥିରୁ ବାଦ୍ ପଡିନି। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଏ ପର୍ଯ୍ୟନ୍ତ କୈଣସି ଜଣେ ବି ଆକ୍ରାନ୍ତ ନାହାନ୍ତି।ଏହାର ଅର୍ଥ ନୁହେଁ ଭବିଷ୍ୟତରେ କେହି ଆକ୍ରାନ୍ତ ବାହାରି ନପାରନ୍ତି।ତଥାପି ଏହାକୁ ମୁକାବିଲା କରିବା ସହ ନିୟନ୍ତ୍ରଣରେ ରଖିବା ଦିଗରେ ସରକାର ଏବଂ ଜିଲ୍ଲା ଓ ବ୍ଲକ ପ୍ରଶାସନ ଏବଂ ପୁଲିସ  ପ୍ରଶାସନର ଉଦ୍ୟମ ବେଶ୍ ପ୍ରଂଶସନୀୟ।ଦିନରାତି ଏକାକରି ବ୍ଲକପ୍ରଶାସନ ଏବଂ ପୁଲିସ ଲୋକଙ୍କୁ ଘରୁ ପଦାକୁ ବାହାରିବା ଏକପ୍ରକାର ବନ୍ଦ କରିଦେଇଥିଲେ।ଫଳସ୍ୱରୂପ ଆଜିଯାଏ ମଧ୍ୟ ରାୟଗଡ଼ା ଜିଲ୍ଲା ସହ ବ୍ଲକ ଅଞ୍ଚଳରେ କେହି ମଧ୍ୟ ଆକ୍ରାନ୍ତ ବାହାରି ନାହାନ୍ତି।ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକକୁ ଆନ୍ଦ୍ରପ୍ରଦେଶ ଲାଗି ରହିଛି।ଏହି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯେଭଳି କୈଣସି ବ୍ୟକ୍ତି ରାୟଗଡ଼ା ଜିଲ୍ଲା ସମେତ ରାମନାଗୁଡା ବ୍ଲକ କାଟିକି ନିକଟ ଆନ୍ଦ୍ର-ଓଡ଼ିଶା ସୀମାନ୍ତରେ ପ୍ରବେଶ କରି ନପାରନ୍ତି ସେଥିପାଇଁ ସ୍ଥାନୀୟ ପୁଲିସ ତରଫରୁ କଡ଼ା ପ୍ରହରା ଦିଆଯାଇଛି।ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ପୁଲିସ ବିଭାଗର କାର୍ଯ୍ୟରତ ୨୦୦୭ବ୍ୟାଚର ପୁଲିସ ଅଧିକାରୀ  ତଥା ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ।କୃତିବାସ ହରିଚନ୍ଦନ ଏବେ ରାମନାଗୁଡା ଫାଣ୍ଡି ଅଧିକାରୀ କରୋନା ଯୁଦ୍ଧର ସେ ହେଉଛନ୍ତି ଅଗ୍ରଣୀ ଯୋଦ୍ଧା। ଦିନରାତି ରାମନାଗୁଡାବ୍ଲକର ବିଭିନ୍ନ ଅଞ୍ଚଳକୁ ପ୍ରହରା ଦେଉଛନ୍ତି।ତାଙ୍କ ନେତୃତ୍ବରେ ଶତାଧିକ ପୁଲିସ କର୍ମୀ ବ୍ଲକକୁ ଜଗି ରହିଛନ୍ତି। ସୀମାନ୍ତରେ ଯେପରି ପୁଲିସ ଠିକ ଭାବେ ଜଗିବ ତାହାର ତଦାରଖ କରୁଛନ୍ତି।ସେହିପରି ସୀମାରେ ବାହାର ଲୋକଙ୍କ ଅବାଧରେ ପ୍ରବେଶକୁ ଦୃଷ୍ଟିରେ ରଖି ସୀମାନ୍ତ ସହ ଗଳାବାଟ ଖୋଜୁଥିବା ଲୋକଙ୍କ ପାଇଁ ସୁଲୁଡି ନିକଟରେ ଅସ୍ତାୟୀ ଫାଟକ କରି ଆନ୍ଦ୍ର-ଓଡିଶା ସୀମାନ୍ତ ଦେଇ  ଜିଲ୍ଲା ତଥା ବ୍ଲକ ଭିତରକୁ ପ୍ରବେଶ ନକରେ ସେଥିପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଗୋଟିଏ ସ୍ଥାନରେ ରହି ଘନ ଘନ ପଇଁତରା ମାରିବା ସହ ପ୍ରତ୍ୟେକ ଦିନ ବିଭିନ୍ନ ଗାଁ କୁ ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନ କରିବା ସହ ଲୋକଙ୍କୁ ମାସ୍କ ଆଦି ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି।ସେହିପରି ତାଙ୍କର ସହକର୍ମୀ କିପରି କଡ଼ା ସୁରକ୍ଷା ଦେଉଛନ୍ତି ତାର ତଦାରଖ କରୁଛନ୍ତି।କୈଣସି ମୂହୁର୍ତ୍ତରେ ଯଦି ସୀମାନ୍ତ ଦେଇ ବାହାର ରାଜ୍ୟର ଲୋକ ବ୍ଲକ ଓ ଜିଲ୍ଲା ଭିତରକୁ ପଶିଆସେ ସେଥିପାଇଁ ସେ ଦାୟୀ ରହିବେ। ତେଣୁ ପ୍ରତ୍ୟେକ ମୂହୁର୍ତ୍ତରେ ସେ ସଜାଗ ରହି ଏ ଯୁଦ୍ଧକୁ ସାମ୍ନା କରୁଛନ୍ତି। ଜିଲ୍ଲାରେ ଜଣେ ସ୍ବଛ, ନିରାଡ଼ମ୍ବର ଦକ୍ଷତା ସହ ପରିଚୟ ଓ ନିଷ୍ଠାର ସହ କାର୍ଯ୍ୟ କରୁଥିବାରୁ ସେ ସବୁ ସମୟରେ ପ୍ରଂଶସାର ପାତ୍ର ହୋଇପାରିଛନ୍ତି। ରାୟଗଡା ଏସପି ଡା଼ ଶ୍ରବଣା ବିିବେକ ଏମ୍ ରାମନାଗୁଡା ବ୍ଲକ ଭଳି ଆଦିବାସୀ ଅଧୁଷିତ ଏହି ବ୍ଲକରେ  ଶ୍ରୀ ହରିିଚନ୍ଦନଙ୍କ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠ ପାଇଁ ତଥା ସୁରକ୍ଷାକୁ ଦୃଷ୍ଟିରେ ରଖିବା ସହ କରୋନା ମୁକାବିଲା ପାଇଁ ଏଠାରେ ଅବସ୍ଥାପିତ କରିଛନ୍ତି। ଏବେ ଏହି ମହା ବିପତ୍ତି ସମୟରେ କରୋନା ମୁକାବିଲା ପାଇଁ ଅହରହ ପରିଶ୍ରମ ଜାରି ରଖିବା ସହ ସେ ନିଶ୍ଚୟ ଏହି ଯୁଦ୍ଧରେ ସଫଳ ସହ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରନ୍ତି।ସେହିପରି ଏହି ଅଞ୍ଚଳର ସୁରକ୍ଷା ଦାୟିତ୍ୱ ରହି ବିଭିନ୍ନ ସମୟରେ ବିଭିନ୍ନ ଗାଁ କୁ ପ୍ରେଟୋଲିଂରେ ଯାଇ ଅମାନିଆଙ୍କୁ ତଣ୍ଡ ଦେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।କରୋନା ଯୁଦ୍ଧରେ ଏହି ଯୋଦ୍ଧାଙ୍କ ଅବଦାନକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.