କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦ ରେ ରାଜ୍ୟପାଳଙ୍କୁ ଭେଟିଲେ ବିରୋଧି ।

0 1,622

ଭୁବନେଶ୍ୱର,ତା୨୭/୦୬ :କରୋନା ମହାମାରୀ ପରିଚାଳନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ବିଫଳତା ପ୍ରତିବାଦରେ ଓ ଜନସାଧାରଣଙ୍କର ଜୀବନ ଜୀବିକାର ଦାବୀକୁ ନେଇ ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ୱରରେ  ୧୩ ଗୋଟି ବିରୋଧୀ ଦଳ ଏକାଠି ହୋଇ ପ୍ରତିବାଦ କରିବା ସହ  ରାଜଭବନକୁ ଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କରୋନା ଓ ତତ ଜନିତ ଲକ ଡାଉନ କାରଣରୁ ସାଧାରଣ ଜନତାଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳମାନେ । ଏହାର ପ୍ରତିବାଦରେ ଶୁକ୍ରବାର ଦିନ ୧୩ ଟି ଦଳର ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ କରିବା ସହିତ ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ସାଂସଦ ସପ୍ତଗିରି ଉଲାକା, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିବା  ସହିତ ଦାବିଗୁଡିକ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିଥିଲେ । କରୋନା ମୁକାବିଲା କରିବା କ୍ଷେତ୍ରରେ କୋଭିଡ୍ ଟେଷ୍ଟିଂ ଖୁବ୍ ଗୁରୁତ୍ୱ ବହନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ । ଓଡିଶାର ମୁଖ୍ୟମନ୍ତ୍ରୀ ଦିନକୁ ୧୫ ହଜାର କୋଭିଡ୍ ଟେଷ୍ଟିଂ କରିବାର ଘୋଷଣା କରି ସେଥିରୁ ଓହରି ଯିବା ଏବଂ ପ୍ରବାସୀ ଶ୍ରମିକମାନଙ୍କୁ କୋଭିଡ୍ ଟେଷ୍ଟିଂ ନକରି ଘରକୁ ପଠାଇ ଦେବା ମହାମାରୀ ସଂକ୍ରମଣକୁ ଅଧିକ ମାତ୍ରାରେ ବଢାଇ ଚାଲିଛି । କ୍ୱାରେନ୍‌ଟାଇନ୍ ଅବଧି ପରେ ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ଘୋଷଣା କରି ସରକାର ସେଥିରୁ ପଛଘୁଂଚା ଦେଉଛନ୍ତି । ଓଡିଶା ଔଷଧ ନିଗମରେ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ  କିଣାରେ ବ୍ୟାପକ ଦୁର୍ନୀତି ଏବଂ କେଳେଙ୍କାରୀ ଘଟଣା  ଅତ୍ୟନ୍ତ ନିନ୍ଦନୀୟ । କ୍ଷୁଦ୍ର ବ୍ୟବସାୟୀ, ଉଠା ଦୋକାନୀ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, କଳାକାର ଇତ୍ୟାଦିଙ୍କର ଜୀବିକା ତାଲା ବନ୍ଦ ଯୋଗୁଁ ଠପ୍ ହୋଇଯାଇଛି କହିଲେ ଚଳେ । ସମସ୍ୟା ଜର୍ଜରିତ ମଣିଷ ଏଭଳି ଅବସ୍ଥାର ମୁକାବିଲା ନକରି ପାରି ଆତ୍ମହତ୍ୟା କରୁଛି । ଆଜି ମିଳିତ ପ୍ରତିନିଧି ଦଳ ଉପରୋକ୍ତ ସମସ୍ୟାଗୁଡିକ ସଂକ୍ରାନ୍ତରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୭ ଦଫା ଦାବି ପୂରଣ ନିମନ୍ତେ ବିହୀତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ସେଗୁଡିକ ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଉଛି ଆୟକର ଦେଉ ନଥିବା ଓଡିଶାର ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପାଇଁ ସିଧାସଳଖ ଆର୍ଥିକ ସହାୟତା, ୬ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୦ କିଲୋ ଚାଉଳ ଓ ୫ କିଲୋ ଡାଲି ଯୋଗାଇବା, ଚାଷୀମାନଙ୍କର ସମସ୍ତ ରବି ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କ୍ରୟ କରିବା ସହିତ ଖରିପ୍ ଫସଲ ପାଇଁ ବିହନ, ସାର, କୀଟନାଶକ ଓ ଏକର ପିଛା ୬୦ଟି ମଜୁରୀ ମନରେଗାରୁ ଭରଣା କରିବା, ଉଠା ଦୋକାନୀ, କଳାକାର ଆଦିଙ୍କୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ,  ସୂତାକଳ ସମେତ ରାଜ୍ୟରେ ବନ୍ଦ ହୋଇପଡିଥିବା କଳକାରଖାନାଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଧାନ ଓ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ସହ ଚାଷୀମାନଙ୍କୁ ମାଗଣା ବିହନ ଯୋଗାଣ, ଛାତ୍ରଛାତ୍ରୀ ମାନଙ୍କୁ ମାଗଣା କମ୍ପୁଟର କିମ୍ବା ମୋବଇଲ ପ୍ରଦାନ ସହ ମାଗଣା ଦୁଇ ଜିବି ଡାଟା ପ୍ରଦାନ, ଓଡିଶା ଔଷଧ ନିଗମରେ ହେଉଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା  ଆଦି ଅର୍ନ୍ତଭୁକ୍ତ ରହିଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦ୍‌ମୀ ପାର୍ଟି, ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, ଏନ୍‌ସିପି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଦଳମାନେ ଭାଗ ନେଇଥିଲେ । ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଂଟିଆ, ଜୟଦେବ ଜେନା, ଶରତ ରାଉତ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍ ଦାସ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ସନ୍ତୋଷ ଦାସ, ଅଭିରାମ ବେହେରା, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ, ଜୟନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଆଲୋକ ମହାପାତ୍ର, ବିଜୟ କୁମାର ସାହୁ, ସୁବଳ ଚରଣ ସାହୁ, ପ୍ରମିଳା ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ, ସୁର ଜେନା, ପ୍ରଣବ ଛୋଟରାୟ, ସଂଜୟ ନାୟକ, ସୁବ୍ରତ ଲେଙ୍କା, ଅମୀୟ କୁମାର ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଷ୍ଣୁ ଚରଣ ବାରିକ, ଜ୍ୟୋତିଷ ସାହୁ, ପଦ୍ମାକର ଗୁରୁ, ଲିଙ୍ଗରାଜ ସାହୁ, ମୋହନ ଜେନା, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ଅଜିତ୍ ମଙ୍ଗରାଜ, ବେଣୁଧର ଭୋଇ, ସୁଶାନ୍ତ ତ୍ରିପାଠୀ, ସ୍ୱାଧିନବାଳା ଦାସ, ଶ୍ରିୟାସ୍ମିତା ପଣ୍ଡା, କଳ୍ପନା ପଣ୍ଡା, ବିସ୍ମୟ ମହାପାତ୍ର, ସଂକୁନା କହଁର, ପ୍ରଶାନ୍ତ ଶତପଥି, ଦେଓ ପ୍ରସାଦ, ନରେଶ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲିଆ, ନିରୁପମା ପାତ୍ର, ବାଙ୍କନିଧି ବେହେରା, ରସିକ ପଟ୍ଟନାୟକ, ଦୀପକ ସାହୁ, ପ୍ରକାଶ ମିଶ୍ର, ବିଶ୍ୱଜିତ୍ ଦାସ, କହ୍ନେଇ ଚରଣ ସେଠୀ, ସତ୍ୟସ୍ମିତ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ନାରାୟଣ ଜେନା, ମାନସ ଆଚାର୍ଯ୍ୟ, ସରୋଜ ପରିଡା, ମନୋଜ ସାହୁ, ଶୈଳେନ୍ଦୁ ମଜୁମଦାର, ବିଜୟ ପ୍ରଧାନ, ବୁନା ମହାନ୍ତି, ଶାହାଦୁଲ୍ଲା, କୁଳମଣି ସାହୁ, ଦେବେନ୍ଦ୍ର ପ୍ରସାଦ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଆଜିର ମିଳିତ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା । ସାମାଜିକ ଦୂରତ୍ୱ ବଜାୟ ରଖି ବିରୋଧୀ ଦଳମାନେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ କରିଥିବା ବେଳେ ସାମାଜିକ ଦୂରତ୍ୱ ଉଲଂଘନ ଅଭିଯୋଗରେ ରାଜଭବନ ଫାଟକ ସମ୍ମୁଖରେ ପୋଲିସ ଜୋନ ଏସିପି ମାନସ ଗଡ଼ନାୟକ ଓ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ବିରୋଧୀଦଳ ର ମୁଖ୍ୟମାନଙ୍କ ଠାରୁ ଜୋରିମନା ଆଦାୟ କରିଥିଲେ ।

Leave A Reply

Your email address will not be published.