କରୋନା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବିରେ ଯୁବ ସଙ୍ଘ ପକ୍ଷରୁ ବିକ୍ଷୋଭ ।

0 919

ଭୁବନେଶ୍ବର,(ପିପିଟି)୧୨/୦୬,  ଶୁକ୍ରବାର ଦିନ ଅଖିଳ ଭାରତ ଯୁବ ସଂଘ  ଭୁବନେଶ୍ୱର ସହର କମିଟି ପକ୍ଷରୁ କରୋନା ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଆଇଏଏସ ହେମନ୍ତ ଶର୍ମାଙ୍କୁ କୋଭିଡ ଆକ୍ଟରେ ଗିରଫ ସହିତ ଚାକିରିରୁ ନିଲମ୍ବନ ଦାବିରେ  ମାଷ୍ଟର କ୍ୟାଣ୍ଟିନ ଠାରେ ପ୍ଲାକାର୍ଡ଼ ଶୋ ଓ ପ୍ରତିବାଦ ବିକ୍ଷୋଭ ସହର କମିଟି ସମ୍ପାଦକ ପବିତ୍ର ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ରାଜ୍ୟ ସମ୍ପାଦକ ଅବକାଶ ସାହୁ ଯୋଗଦେଇ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ଗ୍ରହଣନକଲେ ରାଜ୍ୟତମାମ ଦୁର୍ବାର ଆନ୍ଦୋଳନ ଆଗାମୀ ଦିନରେ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭରେ  ଯୁବ ସଂଘର ସାଥୀମାନେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋହିଗୋବିନ୍ଦ ବେଶ୍ରା, ସ୍ଵାତି ମିଶ୍ର, ସୀତା ବେଶ୍ରା, ସୀମା ସ୍ବାଇଁ, ବିକାଶ ମୁଦୁଲି, ବିଶ୍ୱଜିତ ନାୟକ, କବିର ଦାସ, ଜୟନ୍ତ ଦେହୁରୀ ପ୍ରମୁଖ ଆନ୍ଦୋଳନକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.