ଅଗ୍ନିକାଣ୍ଡରେ ବୃଦ୍ଧା ମା ଜୀବନ୍ତ ଦଗ୍ଧ , ଦୁଇ ଭାଇ ଗୁରୁତର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ।

0 203

ବାଲିଗୁଡ଼ା,୦୨/୦୫ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ସୁଡ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦୀପ ନିଆଁରୁ ଘଟିଲା ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ବୃଦ୍ଧା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଚାରି ଭାଇ । ନିଆଁରେ ପୋଡ଼ି ଦୁଇଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଭାଇ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ କରେଣ୍ଟ ନଥିବା ଯୋଗୁଁ ଘରେ ଏକ ମହମବତୀ ଲଗାଇ ରାତିରେ ଶୋଇଥିଲେ ପରିବାର ଲୋକେ । କୌଣସି କାରଣ ବଶତଃ ମହମବତୀ ନିଆଁ ନିକଟରେ ଥିବା ପେଟ୍ରୋଲ ସଂସ୍ପର୍ଶରେ ଆସି ଅଗ୍ନିକାଣ୍ଡ ଘଟିବା ସହ ନିକଟରେ ଥିବା ଗ୍ୟାସ୍ ସିଲିଣ୍ଡର ମଧ୍ୟ ଜଳି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଅନ୍ୟପଟେ ସୁଡ୍ରା ଗ୍ରାମର ସୁବାଷ ଚନ୍ଦ୍ର ସାହୁଙ୍କ ପରିବାର ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ଘର ସମେତ ଦୋକାନ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ବୃଦ୍ଧା ମା ନାରସୁ ସାହୁ (୬୦) ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଭାଇ ଗୁରୁତର ଆହତ ହୋଇ ପ୍ରଥମେ ସୁଡ୍ରା ଓ ପରେ ବାଲିଗୁଡା ଉପଖଣ୍ଡ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା କହିଛନ୍ତି ସୁବାସ । ଖବର ପାଇ ଘଟଣା ସ୍ଥଳ ରେ ବାଲିଗୁଡ଼ା ଅଗ୍ନିଶମ ଵିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିବା ଜଣା ପଡିଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.