କରୋନା ଓ ବର୍ଷା ସମୟରେ ବସ୍ତି ଉଛେଦ ବନ୍ଦ କର ।

0 535

ଭୁବନେଶ୍ବର,୦୬/୦୭; ସଂକ୍ରମଣ ଅଣାୟତ ହେଲାଣି, ପର୍ଯ୍ୟାପ୍ତ ଟେଷ୍ଟିଙ୍ଗ, ସରକାରୀ କ୍ଵରେଣ୍ଟାଇନ, ଉପଯୁକ୍ତ ଚିକିତ୍ସା, ରୋଜଗାର ହରେଇଥିବା ଲୋକଙ୍କୁ ସହାୟତା ଓ ରୋଜଗାର ଯୋଗେଇଦେବାରେ ବିଫଳ ସରକାର ଓ ପ୍ରଶାସନ ଏଭଳି ଉତ୍କଟ ସଙ୍କଟ ସମୟରେ ବସ୍ତି ଉଛେଦ କରି କରୋନା ନିୟମକୁ ଉଲଂଘନ କରି ସମସ୍ତ ଭୁବନେଶ୍ୱର ଓ ରାଜ୍ୟବାସୀଙ୍କୁ ମାରିବା ଯୋଜନା କରୁଛନ୍ତି। ଏଭଳି ହୀନ ଜନ ବିରୋଧୀ ଷଡଯନ୍ତ୍ରରୁ ସରକାର ଓ ପ୍ରଶାସନ ନିବୃତ୍ତ ରହିବାକୁ ସିପିଆଇ (ଏମ-ଏଲ) ରେଡ଼ ଷ୍ଟାର ପକ୍ଷରୁ ଦୃଢ଼ ଦାବି କରାଯାଇଛି। କରୋନା ବାହାନାରେ ଲୋକଙ୍କର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଉଲଂଘନ କରି ଲୋକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଧାରଣା, ବିକ୍ଷୋଭ ଆଦିକୁ ବନ୍ଦ କରି ଲୋକଙ୍କ ଦାବୀକୁ ନେଇ ପ୍ରତିବାଦ କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ବିଏମସି ଓ କମିଶନରେଟ ପୋଲିସ ମୋକଦ୍ଦମା କରୁଥିବା ବେଳେ ନିଜେ ସରକାର, ପ୍ରଶାସନ ଓ ପୋଲିସ ନିୟମ ଉଲଂଘନ କରି ବ୍ୟାପକ ଲୋକ/ ଅଧିକାରୀ, କର୍ମଚାରୀ ଏକାଠି ହୋଇ ବସ୍ତି ଭାଙ୍ଗିବାକୁ ଯାଉଛନ୍ତି ଏବଂ ଲୋକଙ୍କୁ ଶାରୀରିକ ଦୂରତା ନିୟମ ଭାଙ୍ଗି ପ୍ରତିବାଦ କରିବାକୁ ବାଧ୍ୟ କରୁଛନ୍ତି। ଏହି ସମୟରେ ବସ୍ତିଭଙ୍ଗା ଉଦ୍ୟମ ସହ ଜଡିତ ତଥା ୬ ଜୁଲାଇରେ ଡ଼ମଣା ତାରିଣୀ ବସ୍ତି ଭାଙ୍ଗିବାକୁ ଯାଇଥିବା ସମସ୍ତ ବିଡିଏ, ବିଏମସି ଓ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କରୋନା ଆଇନ ତଥା ନିୟମ ଉଲଂଘନ ମୋକଦ୍ଦମା ରୁଜୁକରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଦୃଢ଼ ଦାବି କରାଯାଇଛି ।

Leave A Reply

Your email address will not be published.