କରୋନା ଓ ‘ଅମ୍ଫାନ’ ବାତ୍ୟା ପରର ସହାୟତା ତୁରନ୍ତ ପ୍ରଦାନ ପାଇଁ ଦାବୀ ।

0 114

ଯାଜପୁର ,(ପିପିଟି ନ୍ଯୁଜ୍)୧୯/୦୫, ସମ୍ଭାବ୍ୟ ‘ଅମ୍ପାନ’ ବାତ୍ୟା ପରବର୍ତୀ ପରିସ୍ଥିତିକୁ ନେଇ ବ୍ୟାସନଗର ସହରର ଅନେକ ବସ୍ତିବାସିନ୍ଦା ଓ ଗରୀବ ଜନସାଧାରଣ ଏବେ ଆଶଙ୍କା ମଧ୍ୟରେ । ସରକାରଙ୍କ ସହାୟତା ସମୟୋଚିତ ହେଉ ନ ଥିବା ଓ ସମୁଦ୍ରକୁ ଶଙ୍ଖେ ପରି ବୋଲି କେତେକ ଅଭିଯୋଗ କରୁଛନ୍ତି । କରୋନା ପାଇଁ ଘୋଷିତ ଲକ୍‌ଡାଉନ ୦୨ ମାସ ପୁରିବାକୁ ବସିଥିବା ବେଳେ ଏହି ପୈାର ପରିଷଦ ଅଂଚଳରେ ରାସନକାର୍ଡ ଧାରୀମାନଙ୍କୁ ପ୍ରଥମେ ୦୩ମାସର ଅଗ୍ରୀମ ଚାଉଳ, ପରେ କାର୍ଡ ପିଛା ୦୧ ହଜାର ଟଙ୍କା ଓ ୦୩ମାସର ରିଲିଫ୍ ଚାଉଳ ଯୋଗାଇ ଦିଆଯାଇଛି । ୦୨ ରୁ ୦୩ଟି କିସ୍ତିରେ ଖରାବର୍ଷାରେ ଘଂଟା ଘଂଟା ଧରି ଲାଇନରେ ସାମାଜିକ ଦୂରତ୍ୱ ରଖି ଛିଡା ହୋଇ ବହୁ କଷ୍ଟରେ ଏହାକୁ ହିତାଧିକାରୀମାନେ ପାଇଥିବା ବେଳେ ଏପର୍ଯ୍ୟନ୍ତ କିରୋସିନି, ଡାଲି ଓ ରାସନକାର୍ଡ ନ ଥିବା ବ୍ୟକ୍ତିମାନେ ରିଲିଫ୍ ଚାଉଳ ପାଇନାହାନ୍ତି । ତେଣୁ ସମ୍ଭାବ୍ୟ ‘ଅମ୍ପାନ’ ପରର ସହାୟତା ଯଥାଶୀଘ୍ର ବିପନ୍ନଙ୍କ ନିକଟରେ ପହଚାଂଇବାକୁ ସାମାଜିକ କର୍ମୀ ଦୁଷ୍ମନ୍ତ ରାଉତ ଦାବୀ କରିଛନ୍ତି ।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.