କରୋନା ଆକ୍ରାନ୍ତ ଗ୍ରାମରେ ସମାଜ ସେବୀଙ୍କ ଦ୍ୱାରା ଖାଦ୍ୟ ସାମଗ୍ରୀ ବଣ୍ଟନ ।

0 448

ପାତ୍ରପୁର,(ପିପିଟି)୧୬/୦୬, ପାତ୍ରପୁର ବ୍ଲକ ସାମନ୍ତରା ପୁର ପଞ୍ଚାୟତ ର କନ୍ଧ ଗୋବିନ୍ଦ ପୁର ଯାହାକି ସମ୍ପୂର୍ଣ୍ଣ ଆଦିବାସୀ ଅଧୁସିତ ଗାଁ କରୋନା ଲକ ଡାଉନ ସାଙ୍ଗକୁ ଗାଁର ଜଣେ କରୋନା ଆକ୍ରନ୍ତ ବାହାରିବା ପରେ ଉପାର୍ଜନର ସାହାରା ହରାଇଥିବା ଗ୍ରାମ ବାସିଙ୍କ ନିକଟତର ହୋଇଥିଲେ ଅଞ୍ଚଳର ସମାଜ ସେବୀ । ରାସନ ସାମଗ୍ରୀ ସହ ଦୈନିକ ଅବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ । ଏଥିରେ ଜିଲ୍ଲା ବିଜେଡି ସମ୍ପାଦକ ହରିକୃଷ୍ଣ ପ୍ରଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ପ୍ରୟାସ କୁ ଗଞ୍ଜାମ ଜିଲ୍ଲା ଶିକ୍ଷକ ସଙ୍ଘ କୋଷାଧକ୍ଷ  ନିଶମଣି ପ୍ରଧାନ,ପ୍ରବୀଣ ପ୍ରଧାନ, ଆଲୋକ ପ୍ରଧାନ,  ସୁକେଶ ପ୍ରଧାନ, ବାପି ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଅମିତ ପ୍ରଧାନ ପ୍ରମୁଖ ଏହିକାର୍ଯ୍ୟକୁ ସମ୍ପାଦନ କରିବା ସହ ଅଗାମି ଦିନରେ ସହଯୋଗ କରିବାକୁ ଲୋକ ମାନଙ୍କୁ ପ୍ରତିଶ୍ରୁତି ଦେବାସହ ସମସ୍ତ ଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ସମସ୍ତ କରୋନା ନିୟମ ମାନି ଚାଲିବାକୁ ପରାମର୍ଶ ଦେଇଥିଲେ ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.