କବିସୂର୍ଯ୍ଯ ନଗର ବ୍ଲକ୍ ରେ ଟିଏମସି କିଟ୍ କିଣାରେ ଦୁର୍ନୀତି ।

0 2,392

କବିସୂର୍ଯ୍ଯ ନଗର,୧୩/୦୮(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ ରେ ଟିଏମସି କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ଫରୱାର୍ଡ ବ୍ଲକ୍ ଅଭିଯୋଗ ଉଠାଇଛି । କରୋନା ମହାମାରୀ ସମୟରେ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କଲେ କିନ୍ତୁ କବିସୂର୍ଯ୍ଯ ନଗର ବ୍ଲକ୍ ରେ ଏହା ବ୍ଯତିକ୍ରମ ଦେଖା ଯାଇଛି । ପଞ୍ଚାୟତ ଜିଲ୍ଲାପାଳ ମାନଙ୍କୁ ଅଣଦେଖା କରି ବିଡିଓ ଓ ବ୍ଲକ୍ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ ଟିଏମସି କିଟ୍ କିଣି ପ୍ରଦାନ କରିଛନ୍ତି । ଟିଏମସି କିଟ୍ ଓ ବେଡସିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି । ଟିଏମସି କୁ ଖାଦ୍ଯ ଯୋଗାଣରେ ଅଧିକାଂଶ ସମୟରେ ନିମ୍ନ ମାନର ପ୍ରଦାନକୁ ନେଇ ବିଭିନ୍ନ ସମୟରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଛି । ଟିଏମସି କିଟ୍ ଓ ବେଡସିଟ୍ କିଣା ଦୁର୍ନୀତିର ତଦନ୍ତ କରାଯାଉ ବୋଲି ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଦାବି କରିଛନ୍ତି । ଦୁର୍ନୀତି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ,ପଞ୍ଚାୟତରାଜ ମନ୍ତ୍ରୀ,ମୁଖ୍ଯ ଶାସନ ସଚିବ,ପ୍ରମୁଖ ଶାସନ ସଚିବ,ପଞ୍ଚାୟତରାଜ,ନିର୍ଦ୍ଦେଶକଭିଜିଲାନ୍ସ,ଓଡିଶା,ଜିଲ୍ଲାପାଳ,ଗଞ୍ଜାମ,ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏ,ଗଞ୍ଜାମ ଏବଂ ଏସପି ଭିଜିଲାନ୍ସ,ବ୍ରହ୍ମପୁରଙ୍କୁଲିଖିତ ଅଭିଯୋଗ କରିଛନ୍ତି । ତଦନ୍ତ ଆଳରେ ସୁରକ୍ଷା ଦେବା ପାଇଁ ଅପଚେଷ୍ଟା କଲେ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା ରୁଜୁ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.