କବିସୂର୍ଯ୍ଯ ନଗର ଠାରେ ୧୪ ଦଫା ଦାବି ନେଇ ସିପିଆଇର ବିକ୍ଷୋଭ ।

0 663

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୦୨/୦୬, କରୋନା ମହାମାରୀ ମୁକାବିଲା ପାଇଁ ସରକାରଙ୍କ ଲକ୍ ଡାଉନ ଘୋଷଣାରେ ସାଧାରଣ ଲୋକଙ୍କର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିପଡିଥିବା ବେଳେ ଆମ୍ପନ ବାତ୍ଯା ନାହିଁ ନଥିବା କ୍ଷତି ଘଟାଇ ସାରିଛି ।କବିସୂର୍ଯ୍ଯ ନଗର ଭାରତୀୟ କମ୍ଯୁନିଷ୍ଟ ପାର୍ଟି ପକ୍ଷରୁ ୧୪ ଦଫା ଦାବି ନେଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଆମ୍ପନ ବାତ୍ଯା କ୍ଷୟକ୍ଷତିର ତଦନ୍ତ କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ,ମନରେଗା ପ୍ରକଳ୍ପକୁ କାର୍ଯ୍ୟକାରୀ କରି ବେକାର ଯୁବକ ଓ ଯୁବତୀଙ୍କୁ କାର୍ଯ୍ୟ ଯୋଗାଇବା,ସମସ୍ତ ପ୍ରବାସୀ ଓଡିଆଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ,ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ,ଏପିଏଲ ଓ ବିପିଏଲ ବାଛବିଚାର ନକରି ପ୍ରତ୍ଯେକ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇବା,କରୋନା ମହାମାରୀରେ ଅଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଦରଖାସ୍ତ ଯହା ଶ୍ରମ କାର୍ଯ୍ୟାଳୟରେ ଗଛିତ ଅଛି ତାହାକୁ ଯୁଦ୍ଧ କାଳୀନ ଭିତ୍ତିରେ ପଞ୍ଜିକୃତ କରିବା,ଧାନ ବିକ୍ରି ପାଇଁ ସରକାରଙ୍କ ଠାରୁ ଟୋକେନ ପାଇଥିବା ଚାଷୀଙ୍କ ଧାନ ସରକାର କିଣିବା,କରୋନା ଆଳରେ ଶ୍ରମ ଆଇନକୁ ଭଣ୍ଡୁର କରା ନ ଯାଉ,ନୂତନ ଚାଷ ପାଇଁ ବିହନ ଓ ସାର ମାଗଣାରେ ଯୋଗାଇବା,ସମସ୍ତ ଚାଷୀଙ୍କ ପୂରାତନ ଋଣ ଛାଡ କରିବା ସହିତ ବିନା ଶୁଦ୍ଧରେ ଚାଷୀଙ୍କୁ ଋଣ ପ୍ରଦାନ କରିବା, କବିସୂର୍ଯ୍ଯ ନଗର ବ୍ଲକ୍ ରେ ହୋଇଥିବା ଆଦର୍ଶ ଗାଈ ଗୁହାଳ ଦୁର୍ନୀତି ଭିଜିଲାନ୍ସ ଦ୍ବାରା ତଦନ୍ତ କରାଇବା, ଆଠଗଡପାଟଣା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ ଘଟଣାର ତଦନ୍ତ କରାଯାଉ ଓ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆଠଗଡପାଟଣା ପଞ୍ଚାୟତରେ ବିନା ସିମେଣ୍ଟରେ ପଥର ଯୋଡେଇ  ନାଳ ନିର୍ମାଣ ଘଟଣାର ଭିଜିଲାନ୍ସ ତଦନ୍ତ, କବିସୂର୍ଯ୍ଯ ନଗର ଏନ୍ଏସି ରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବିରେ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି ।ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର,କବିସୂର୍ଯ୍ଯ ନଗର ଅଞ୍ଚଳିକ କମିଟି ସମ୍ପାଦକ ପ୍ରବୀଣ କୁମାର ଦାସ,ମୋରାଜୀ ନାୟକ,ମଜିତ୍ ଖାନ ଓ ସୁଦର୍ଶନ ସ୍ବାଇଁ ପ୍ରମୁଖ ନେତୃତ୍ବ ନେଇଥିଲେ ।
ରିପୋର୍ଟ – ସରୋଜ କୁମାର ମିଶ୍ର 

Leave A Reply

Your email address will not be published.