ମାଲକାନଗିରି,ତା:୦୬/୦୯(ପିପିଟି);ମାଲକାନଗିରି ଜିଲ୍ଲାର ଜଣେ ଜଣାଶୁଣା ବରିଷ୍ଠ ନେତା ହିମାଂଶୁ ସାମଲଙ୍କ କଟକ ସ୍ଥିତ ଏକ ଘରୋଇ କ୍ଲନିକରେ ଗତ ସେପ୍ଟେମ୍ବର ୫ ତାରିଖ ସନ୍ଧ୍ଯା ସମୟରେ ଅସ୍ତ୍ରୋପଚାର କାରାଯାଇଛି । ଶ୍ରୀ ସାମଲ ଦୀର୍ଘ ଦିନ ହେଲା କିଡିନ୍ ଷ୍ଟୋନ ରୋଗରେ ପୀଡିତ ଥିଲେ । ପୂର୍ବରୁ ତାଙ୍କ ପେଟର ଯନ୍ତ୍ରଣା ଦିନକୁ ଦିନ ଅସହ୍ଯ ହେବାରୁ ତାଙ୍କୁ କଟକର ଏକ ଘରୋଇ କ୍ଲନିକରେ ଭର୍ତ୍ତ କରାଯାଇ ବାମ ପାର୍ଶ୍ବରେ ଥିବା କିଡିନକୁ ଅସ୍ତ୍ରୋପରା କରାଯାଇଥିଲା । ବର୍ତ୍ତମାନ ଦକ୍ଷିଣ ପାର୍ଶ୍ବ କିଡିନକୁ ଅସ୍ତ୍ରୋପଚାର କଟକର ଏକ ଘରୋଇ ନର୍ସିଂ ହୋମରେ କରାଯାଇଥିବା ସୂଚନା ମିଳିଛି । ହିମାଂଶୁ ସାମଲ ଜଣେ ବିଜେଡିର ଜଣାଶୁଣା ନେତା । ତାଙ୍କର ଜନ୍ମ ମାଲକାନଗିରି ଜିଲ୍ଲାର ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ ଗୋଟିଯୋଡି ଭଳି ଏକ ଆଦିବାସୀ ଗ୍ରାମରେ । ସେ ଯୁବକ ସମୟରୁ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୯ ମସିହାରେ ଜନତା ଦଳରେ ଯୋଗ ଦେଇଥିଲେ ।ତତ୍କାଳିନ ସମୟରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ସଭାପତି ପଦବୀରେ ବରିଷ୍ଠ ନେତା ମେହେଙ୍ଗା ସିଂ ରହିଥିଲେ ।ଜନତା ଦଳରେ ୧୯୯୩ ମସିହାରୁ ୧୯୯୭ ମସିହା ପର୍ଯ୍ଯନ୍ତ ଶ୍ରୀ ସାମଲ ମାଲକାନଗିରି ଜିଲ୍ଲା ସାଧାରଣ ସଂପାଦକ ରୂପେ ଦାୟିତ୍ବ ନିର୍ବାହ କରିଥିଲେ । ସେହି ସମୟରେ ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା ମାଲକାନଗିରି ଜିଲ୍ଲାର ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୁନଶ୍ଚ ହିମାଂଶୁ ସାମଲଙ୍କୁ ୧୯୯୭ ରୁ ୨୦୦୬ ମସିହା ପର୍ଯ୍ଯନ୍ତ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଭାବେ ଚୟନ କରାଯାଇଥିଲା ବେଳେ ସେହି ସମୟରେ ଜିଲ୍ଲା ବିଜେଡି ସଭାପତି ରୂପେ ମେହେଙ୍ଗା ସିଂ ଦାୟିତ୍ବ ନିର୍ବାହ କରିଥିଲେ । ୨୦୦୬ ମସିହାରୁ ୨୦୦୯ ମସିହା ପର୍ଯ୍ଯନ୍ତ ଶ୍ରୀ ସାମଲ ବିଜେଡି ରାଜ୍ଯ କାର୍ଯ୍ଯ କାରେଣି ସଦସ୍ଯ ଭାବରେ ଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ସେ ମାଲକାନଗିରି ଜିଲ୍ଲାର ଜଣେ ବରିଷ୍ଠ ଟାଣୁଆ ବିଜେଡି ନେତା ଭାବେ ଜଣାଶୁଣା । ମାଲକାନଗିରି ଜିଲ୍ଲାରେ ବିଜେଡିକୁ ସକ୍ରୀୟ କରିବାରେ ଶ୍ରୀ ସାମଲଙ୍କ ଭୂମିକା ଅବିସ୍ମରଣୀୟ । କଟକ ସ୍ଥିତ ଘରୋଇ କ୍ଲିନିକରେ ତାଙ୍କର ଅସ୍ତ୍ରୋପଚାର ହୋଇଥିବା ବେଳେ ବଡ ଶାଳକ ରାଜକିଶୋର ଲେଙ୍କା ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ଶ୍ରୀ ସାମଲଙ୍କ ସ୍ବାସ୍ଥ୍ଯ ତୁରନ୍ତ ଆରୋଗ୍ଯ ହେବା ଲାଗି ମାଲକାନଗିରି ଜିଲ୍ଲା ବିଜେଡି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)