କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ୨୫ହଜାର ଟଙ୍କା ସହାୟତା ପ୍ରଦାନ ।

0 668

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୮/୦, ସର୍ବଦା ଅନ୍ୟମାନଙ୍କ ସୁଖ ଦୁଃଖରେ ସାଥ ଦେଇ ଆସିଥିବା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ଆଜି ୧୦ଜଣିଆ କଂଗ୍ରେସ ଟିମକୁ ନେଇ ଭଞ୍ଜନଗର ନିକଟ ବାରୁଡ଼ା ଗ୍ରାମରେ ପହଞ୍ଚି ଥିଲେ।ଗତ ଗୁରୁବାର ରାତିରେ ସୁରଟରେ ଏହି ଗ୍ରାମର ସତ୍ୟବାନ ସ୍ଵାଇଁ ପୋଲିସ ମାଡରେ ମୃତ୍ୟୁବରଣ କରିଥିଲେ।ଲକ୍ ଡାଉନ ସମୟରେ ନିଜ ଭିଟାମାଟି କୁ ଫେରିବାକୁ ଚାହୁଁଥିବା ଶ୍ରମିକ ସତ୍ୟବାନ ସୁରତ ପୋଲିସର ଆକ୍ରୋଶର ଶିକାର ହୋଇଥିଲା।ଯାହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି।ଘରେ ସତ୍ୟବାନର ମାଆ, ପତ୍ନୀ ଓ ଗୋଟିଏ ୭ବର୍ଷର ମାନସିକ ଅନଗ୍ରସର ପୁଅ ରହିଛନ୍ତି।ସେମାନଙ୍କୁ ବିଧାୟକ ରମେଶ ଜେନା ସମବେଦନା ଜଣାଇ ୨୫ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ଆଗାମୀ ଦିନରେ ମଧ୍ୟ ସାହାଯ୍ୟ ଯୋଗାଇ ଦେବା ସହ ଘଟଣାର ସଠିକ ତଦନ୍ତ ଓ ପରିବାରର ଥଇଥାନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିବେ ବୋଲି କହିଛନ୍ତି।ଏଥିରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ଯୁବନେତା ପ୍ରଶାନ୍ତ ବିଷୋୟୀ, ସନ୍ତୋଷ ନାୟକ, ଭାସ୍କର ପତି, ଶମ୍ଭୁନାଥ ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.