ଓଡିଶା ରେ ୪ର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ।

0 150

ଭୁବନେଶ୍ୱର: (ପିପିଟି ନ୍ଯୁଜ୍ଜ୍ୟ)୧/୦୪- ରାଜ୍ଯରେ ଆଉ ଜଣେ କରୋନା ପଜିଟିଭ୍ ମାମଲା ଆସିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଚତୁର୍ଥ କରୋନା ଆକ୍ରାନ୍ତ ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ । ତାଙ୍କ ବୟସ ୨୯ ବର୍ଷ ହୋଇଥିବା ଜଣା ପଡ଼ିଛି । ନିକଟରେ ସେ ଦୁବାଇ ଗସ୍ତରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
ଏହା ପୂର୍ବରୁ ରାଜ୍ୟରେ ୩ ଜଣଙ୍କ ଠାରେ କରୋନା ପଜିଟିଭି ମିଳିଥିଲା । ୨ ଜଣଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଜାରି ରହିଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଏମ୍ସରେ ଜାରି ରହିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡ଼ିଛି । ଆଜି ରାଜ୍ୟରେ ମୋଟ ୧୩୭ଟି ସ୍ୱାବ ପରୀକ୍ଷା ହୋଇଥିବା ବେଳେ ଏମ୍ସରେ ଭଦ୍ରକ ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭଦ୍ରକ ଜିଲ୍ଲାପାଳଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆକ୍ରାନ୍ତ ଯୁବକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯୁବକଙ୍କ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କୁ ଖୋଜିବା ଏବଂ ସେମାନଙ୍କ ସାମ୍ପୁଲ ପରୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତି ଉପରେ ଏନଏଚଏମ୍ ନିର୍ଦ୍ଦେଶକ ନଜର ରଖିଥିବା ଜଣାପଡିଛି ।

Leave A Reply

Your email address will not be published.