ଓଡିଶା ମହିଳା ଆୟୋଗ ଦ୍ବାରା ଆଇନ ସଚେତନତା କାର୍ଯ୍ଯକ୍ରମ ।

0 266

ମାଲକାନଗିରି,୨୩/୧୨(ପିପିଟି): ମାଲକାନଗିରି ସଂସ୍କୃତି ଭବନ ଠାରେ ଓଡିଶା ମହିଳା ଆୟୋଗ ଭୁବନେଶ୍ବର ଦ୍ବାରା ଏକ ଆଇନ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ମାଲକାନଗିରି ସଂକ୍ରୁତି ଭବନ ଠାରେ ଓଡିଶା ମହିଳା ଆୟୋଗ ଭୁବନେଶ୍ବର ଦ୍ବାରା ଏକ ଆଇନ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ଯକ୍ରମରେ ମହିଳା କମିଶନ ଅଧ୍ଯକ୍ଷା ଡଃ ମିନତୀ ବେହେରା,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଏଡିସିନାଲ ଏସପି ବଳଭଦ୍ର ଦୀପ,ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସୌଦାମିନ ପ୍ରଧାନ,ସାଧନ କର୍ମୀ ପ୍ରୟ ଦର୍ଶନୀ ସାହୁ,ଓଇସସିଡବ୍ଲୁ ସଦସ୍ଯା ଯଲିନା ପ୍ରିୟଦର୍ଶନୀ ପ୍ରମୁଖ ମଞ୍ଚାସୀନ ଥିଲେ । ମହିଳାମାନଙ୍କ ପାଇଁ ଉପଲବ୍ଧ ଆଇନ ସଂପର୍କରେ ଆଲୋଚନା କରାଯାଇଥିଲା । ପାରିବାରିକ ହିଂସା ଏବଂ ଏହାର ସୁରକ୍ଷା,କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା,ଡାହାଣୀ ଚିହ୍ନଟ ନିବାରଣ ଆଇନ,ବାଲ୍ଯ ବିବାହ ଆଇନ ଏବଂ ସାଇବର ଅପରାଧ ଆଇନ ଉପରେ ଆଲୋଚନା କରାଯାଇଥିଲା । ୧୦ ଜଣ ବ୍ଯକ୍ତି ବିଶେଷଙ୍କୁ କୋଭିଡ ସମୟରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ଯକ୍ରମରେ ଶତାଧିକ ମହିଳା ଏବଂ କଲେଜ ଛାତ୍ରୀମାନେ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.