ଓଡିଶାର ଦାଦନ ସମସ୍ୟାର ନିରାକରଣ ପାଇଁ ଜନଜାତୀୟ ସମୃଦ୍ଧି ପ୍ରକଳ୍ପ ଉଦ୍‌ଘାଟିତ ।

0 326

ସୁନ୍ଦରଗଡ,୨୯/୦୭(ପିପିଟି); ଆଜି ସକାଳେ ସୁନ୍ଦରଗଡ଼ର ବନ୍ଧପାଲିଠାରେ ନବଜ୍ୟୋତି ଏନ.ଜି.ଓର ଉଦ୍ୟମରେ ଓଡିଶାର ଦାଦନ ସମସ୍ୟାର ନିରାକରଣ ଓ କୋରୋନା ମହାମାରୀ ଦ୍ୱାରା ରୋଜଗାର ହରେଇଥିବା ଆଦିବାସୀ ଯୁବକଙ୍କୁ ରୋଜଗାରର ପ୍ରବନ୍ଧ ପାଇଁ “ଜନଜାତୀୟ ସମୃଦ୍ଧି ପ୍ରକଳ୍ପ” ଉତଘାଟିତ ହୋଇଯାଇଛି । ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ କୁସୁମ ଟେଟେ , ତଲସରା ବିଧାୟକ ଭବାନୀ ଭୋଇ ,ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପୂର୍ବ କ୍ଷେତ୍ର ସେବା ପ୍ରମୁଖ ଜଗଦୀସ ପ୍ରସାଦ ଖାଡେଙ୍ଗା , ବିଭାଗ ପ୍ରଚାରକ ସୁବ୍ରତ ସାମନ୍ତରାୟ , ଅଭିବକ୍ତା ପରିଷଦର ରାଜ୍ୟ କର୍ଯ୍ୟକରାଣୀ ସଦସ୍ୟ ପ୍ରଦୀପ ମହାନ୍ତି ଓ ନବଜ୍ୟୋତି ସଂଗଠନର ସମ୍ପାଦକ ସବ୍ୟସାଚୀ ପୃସେଠ ସକାଳ ୧୦ଟା ରେ ପ୍ରକଳ୍ପରେ ସ୍ଥିତ ହନୁମାନ ମନ୍ଦିରରେ ପୂଜାଅର୍ଚନା କରିବା ପରେ ପ୍ରକଳ୍ପଟିକୁ ଉଦ୍‌ଘାଟନ କରିଥିଲେ । ଦାଦନ ସମସ୍ୟାର ସମାଧାନ ତଥା ଜନଜାତିଙ୍କର ଆର୍ଥିକ ତଥା ସାମାଜିକ ଉନ୍ନତି ଜନଜାତୀୟ ସମୃଦ୍ଧି ପ୍ରକଳ୍ପର ମୂଳ ଲକ୍ଷ୍ୟ । ଜନଜାତୀୟ ସମାଜରେ ପ୍ରଚଳିତ ଦେଶୀ କୁକୁଡ଼ା ପାଳନକୁ ବିକଶିତ କରି କଡ଼କନାଥ କୁକୁଡ଼ା ଚାଷ ମାଧ୍ୟମରେ ଅଦିବାସୀ ଯୁବକଙ୍କୁ ଆତ୍ମନିର୍ଭର କରିବା ପାଇଁ କୁକୁଡ଼ା ଛୁଆ ଯୋଗେଇବା ପାଇଁ ପ୍ରକଳ୍ପରେ ଏକ କଡ଼କନାଥ ପ୍ରଜନନ କେନ୍ଦ୍ର ଓ ଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ୨୦୦୦ କ୍ଷମତା ବିଶିଷ୍ଟ ଇଂକୁବେଟର ନିର୍ମାଣ କରାଯାଇଛି , ଘର ପଛର ବାଡ଼ିକୁ ବିଭିନ୍ନ ପ୍ରଜାତିର ଫଳ ଗଛ ଯଥା ଆମ୍ବ ,ସଜନା ଅମୃତଭଣ୍ଡା ,ପିଜୁଳି, ପଣସ , ଲେମ୍ବୁ ପରି ଫଳ ଚାଷ ଦ୍ୱାରା ଜଣେ ଜନଜାତୀୟ ବନ୍ଧୁ ସ୍ୱାବଲମ୍ବୀ ହୋଇ ପାରିବ ସେଥିପାଇଁ ଏକ ଚାରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି , ଆଦିବାଶି ବନ୍ଧୁଙ୍କ ପଶୁ ସମ୍ପଦର ସ୍ୱାସ୍ଥ୍ୟ ଗତ ସମସ୍ୟାର ନିରାକରଣର ସୁଲଭତା ପାଇଁ ଏକ ପଶୁ ଚିକିତ୍ସାଳୟ ଓ ତାଙ୍କ ପଶୁ ସମ୍ପଦର ଉଚିତ ମୂଲ୍ୟ ମିଳୁ ସେଥି ପାଇଁ ନବଜ୍ୟୋତି ଲାଇଭଳି କୋପରେଟିଭ ସୋସାଇଟି ଗଠନ କରାଯାଇଛି ତଥା ଜନଜାତି ସମାଜକୁ ନିଶାର ମାରାତ୍ମକତାରୁ ରକ୍ଷା କରିବା ପାଇଁ ତଥା ତାଙ୍କ ଆୟର ସିଂହ ଭାଗକୁ ନିଶାରେ ବ୍ୟୟ ହେବାରୁ ରକ୍ଷା କରିବା ପାଇଁ ଏକ ନିଶା ନିବାରଣ କେନ୍ଦ୍ରର ବ୍ୟବସ୍ଥା ରହିଛି । ଜନଜାତୀୟ ସମୃଦ୍ଧି ପ୍ରକଳ୍ପ କିପରି କାମ କରିବ ସେ ଉପରେ ପ୍ରକଳ୍ପର ନିର୍ଦ୍ଧେଶକ ରିତେଶ ପୃସେଠ ସମ୍ପୂର୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ଏ ପ୍ରକଳ୍ପ ଆଗାମୀ ଦିନ ରେ ଗ୍ରାମ ଜୀବନ କୁ ସମୃଦ୍ଧି କରିବା ବୋଲି ସୁନ୍ଦରଗଡ ସଦର ବିଧାୟିକା କୁସୁମ ଟେଟେ ତାଙ୍କ ମତ ପୋଷାଣ କରିଥିଲେ । ସେହିପରି ତଲସରା ବିଧାୟକ ଭବାନୀ ଭୋଇ ଜନଜାତିଙ୍କର ସମୃଦ୍ଧି ପାଇଁ ଏପରି ବୃହତ ପ୍ରକଳ୍ପର ପରିକଳ୍ପନାକୁ ପ୍ରସଂଶା କରିଥିଲେ । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପୂର୍ବ କ୍ଷେତ୍ର ସେବା ପ୍ରମୁଖ ଜଗଦୀଶ ଖେଡେଙ୍ଗା ଜନଜାତୀୟ ସମାଜର ଆତ୍ମନିର୍ଭରଶୀଳତା ପାଇଁ ଜବଜ୍ୟୋତି ଏନ.ଜି.ଓ ଦ୍ୱାରା ଆରମ୍ଭ କରାଯାଇଥିବା ଉଦ୍ୟମର ପରିକଳ୍ପନାର ଅନ୍ୟ କ୍ଷେତରେ ପ୍ରୟୋଗ ବିଷୟରେ ଚର୍ଚ୍ଚା କରିଥିଲେ । ସଭା ଶେଷରେ ଗୋଆରୁ ଫେରିଥିବା ଦାଦନ ଶ୍ରମିକ ଗୌରବ ଡୁଙ୍ଗଡୁଙ୍ଗଙ୍କୁ ୨୦ଟି କଡକନାଥ ଛୁଆ ସହିତ ୭ ପ୍ରଜାତିର ଫଳ ବୃକ୍ଷ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.