ଓଡିଶାର ଉଚ୍ଚତମ ଶୃଙ୍ଖ ଦେଓମାଳି ଠାରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 260

କୋରାପୁଟ, ୩୧/୦୫(ପିପିଟି ନ୍ୟୁଜ୍)କୋଭିଡ୍  ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ନିମନ୍ତେ କୋରାପୁଟ ଜିଲ୍ଲା ସ୍ଥରୀୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ପୂର୍ବତନ ବିଧାୟକ ପ୍ରଫୁଲ ପାଙ୍ଗି,ପିଡ଼ି ଜଳବିଭାଜିକା ଭବାନୀ ଶଙ୍କର କାଳ,ପଟାଙ୍ଗି ତହସିଲଦାର ମହାଦେବ ଭତ୍ରା,ପଟାଙ୍ଗି ଗୋଷ୍ଠି ଉନ୍ନୟନ ଅଧିକାରୀ ମୋନାଲିସା ଦେବତା,ଏ ଇ ସଞ୍ଜୟ କୁମାର କିସ୍ପଟା,ପଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ଅଧ୍ୟକ୍ଷ ଡା ଭାଗବତ ମୁର୍ମୁ, ସ୍ୱାସ୍ଥ୍ୟକେନ୍ଦ୍ର କୁନ୍ଦୁଲି ର ଅଧ୍ୟକ୍ଷ ଡ଼ ସଞ୍ଜୀବ କୁମାର ବେହେରା ଏବଂ ଅନ୍ୟକର୍ମଚାରି ,ସରପଞ୍ଚ କୋଟିଆ ବିଶ୍ୱନାଥ ଖରା,ପଟାଙ୍ଗି ଥାନା ଅଧିକାରୀ ଆଇ ଆଇ ସି ବିଜୟ ରାଜ୍ ମାଝୀ ଓ ଅନ୍ୟ କର୍ମଚାରୀ,ଉକ୍ତ ଅଞ୍ଚଳର ଆଶା କର୍ମୀ,ଅଙ୍ଗନବାଡି କର୍ମୀ,ଏ ଏନ ଏମ, ସାଧାରଣ ଜନତାଙ୍କ ଉପସ୍ଥିତିରେ ଶନିବାର  ଅପରାହ୍ନ ୫.୩୦ ସମୟରେ କୋଭିଡ୍  ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ନିମନ୍ତେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଅଛି। ସଙ୍ଗୀତ ଗାନ ସମୟରେ ଓଡିଶା ପୋଲିସ କୋରାପୁଟ ଜିଲ୍ଲାର ବ୍ୟାଣ୍ଡ ମଧ୍ୟ ତାଳ ଦେଇଥିଲା ଏବଂ ଶେଷରେ ଯୋଦ୍ଧାଙ୍କୁ ସ୍ମରଣକାରୀ ବେଲୁନ ଛଡା ଯାଇଥିଲା।                  ରିପୋର୍ଟ -ତପନ ହିଆଲ ।

Leave A Reply

Your email address will not be published.