ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ,୭୫ ୟୁନିଟ ରକ୍ତ ସଂଗ୍ରହ ।

0 268

ବ୍ରହ୍ମପୁର, ୧୬/୦୧(ପିପିଟି): ବ୍ରହ୍ମପୁର ମହା ନଗର ନିଗମ ଅନ୍ତର୍ଗତ ସ୍ଥାନୀୟ ଅଯୋଧ୍ୟା ନଗର ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଶିବିରକୁ ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ କାଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡିଶା ମୋ ପରିବାର ସଦା ସର୍ବଦା ନିଜର ପ୍ରଚେଷ୍ଟା ଜାରି ରଖିଛି , ଯାହାର ଫଳ ସ୍ୱରୂପ ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ଗଚ୍ଛିତ ରହିଛି । ସେହିପରି ରାଜ୍ୟରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ମାନଙ୍କରେ ଯୁବପୀଢୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିବା କହିଛନ୍ତି ଓଡିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ । ଏହି ରକ୍ତଦାନ ଶିବିରରରେ ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା , ଉପସଭାପତି ସଞ୍ଜିତ ପାଣିଗ୍ରାହୀ , ବରିଷ୍ଠ ବିଜେଡି ନେତା ଭଗବାନ ଗନ୍ତାୟତ , କୋଷାଧକ୍ଷ ରବିନ୍ଦ୍ର କୁମାର ସାହୁ , ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ , ଜୋନ୍ ସଭାନେତ୍ରୀ ମମତା ବିଷୋୟୀ,ମହାନଗର ସଭାନେତ୍ରୀ ଡ଼ଃ.ସୋନାଲି ଗନ୍ତାୟତ , ବିଜେଡି ନେତା ଜଗନ୍ନାଥ ସାବତ , ପୂର୍ବତନ କର୍ପୋରେଟର ବି.ଶ୍ରୀନିବାସ ରାଓ , ଅନିଲ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସଂଯୁକ୍ତା ସାମଲ , ଜାମୁଲା ଶ୍ରୀନୁ , ବିଜୟ ସାମଲ , ନିଖିଲ ଚୌଧୁରୀ , ସଚିନ ପଣ୍ଡା,ରବିନ୍ଦ୍ର ସାହୁ,କେ. ସାଇ କୁମାର,ସତ୍ୟବ୍ରତ ସାମନ୍ତରାୟ ସମେତ ବହୁ ବିଜେଡ଼ି କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୭୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.