ଏରେଣ୍ଡ୍ରା ଗ୍ରାମକୁ ସିଲ୍ କଲେ ସରପଞ୍ଚ ।

0 2,244

ସାନଖେମୁଣ୍ଡି,୧୬/୦୭(ପିପିଟି) ; ମହାମାରୀ କୋଭିଡ଼ ୧୯ ବା କରୋନା ଭୁତାଣୁ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚୁଛି । ଅଜଣା ଜ୍ୱରରେ ନିରୀହ ମଣିଷ ମାନଙ୍କ ଜୀବନ ଯାଉଛି । କରୋନା ଭୁତାଣୁ ଲୋକଠୁ ଲୋକ ଡ଼ିଆଁ ରୋଗ ହୋଇଥିବାରୁ ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମର ବିଶ୍ୱନାଥ ପୁର,କାଳଷଣ୍ଢ ପୁର,ନୂଆଁ ସାହି ଏଭଳି ସମ୍ପୁର୍ଣ୍ଣ ସାହି ଗଳି,ବିଭିନ୍ନ ରାସ୍ତାକୁ ସିଲ କରିଛନ୍ତି ଉକ୍ତ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ପ୍ରଧାନ । ଏରେଣ୍ଡ୍ରା ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ,ନ୍ୟାୟ ସରପଞ୍ଚ କାଳୁ ଚରଣ ଜେନା,ସ୍ତାନୀୟ ବିଜୁ ଯୁବବାହିନୀ ସମ୍ପାଦକ ଟୁନା ପ୍ରଧାନ,କୋଷାଦ୍ଧକ୍ଷ ହରିହର ବରାଡ଼,ସାଧାରଣ ସମ୍ପାଦକ ଜଗନ୍ନାଥ ବରାଡ଼,ସହଯୋଗୀ ନିରଞ୍ଜନ ଗୌଡ଼ଙ୍କ ଉପସ୍ଥିତରେ  ପ୍ରଧାନ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିବା ସହ ଗ୍ରାମର ଚାରି ପାର୍ଶ୍ବରେ ବେରିକେଡ କରି ଜୁଲାଇ ୧୬ ଠାରୁ ଜୁଲାଇ ୩୧ ଅର୍ଥାତ ୧୫ ଦିନ ପାଇଁ ସମ୍ପୂର୍ଣ୍ଣ ଗ୍ରାମ କୁ ସିଲ କରିଛନ୍ତି । ପ୍ରବାସୀ ମାନଙ୍କ ଆଗମନ ଏବଂ ସେମାନେ କରୋନା କଟକଣାକୁ ଉଲଙ୍ଘନ କରି ଗ୍ରାମରେ ବୁଲିବା,ମାସ୍କ ବ୍ୟବହାର ନକରିବା, ସାମାଜିକ ଦୂରତା ବଜାୟ ନରଖିବା କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ । ଗ୍ରାମକୁ କରୋନା ରୋଗୀଙ୍କ ଆତ ଜାତକୁ ଆଖି ଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି । ବାହାର ବ୍ୟକ୍ତିଙ୍କୁ ଗ୍ରାମ ଭିତରକୁ ପଶିବାକୁ ବାରଣ କରି ଏହି ପଦକ୍ଷେପ ନିଆଯାଇଛି ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.