ଏନଫୋର୍ସମେଣ୍ଟ ଟିମର ଚଢ଼ାଉ; ୨୦କେଜି ପଲିଥିନ ଜବତ,ଏକ ହଜାର ଟଙ୍କା ଜୋରିମାନା ଆଦାୟ ।

0 297

ଭଞ୍ଜନଗର,୧୮/୦୧(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ବଳଭଦ୍ର ଆରୁଖ ନିୟନ୍ତ୍ରିତ ବଜାର କମିଟିର ପିଣ୍ଡି ଛାଡି ପୁଣିଥରେ ଉଠା ଦୋକାନୀ ମାନେ ରାସ୍ତା କଡରେ ବସି ବ୍ୟବସାୟ କରୁଥିବାରୁ ତାହାକୁ ନେଇ ବହୁ ବ୍ୟବସାୟୀ ସୋମବାର ଏନଏସି କାର୍ଯ୍ୟାଳୟ ଘେରାଉ କରିଥିଲେ। ତେଣୁ ରାସ୍ତା ପାର୍ଶ୍ଵରେ ଥିବା ସମସ୍ତ ଉଠା ଦୋକାନୀଙ୍କୁ ବଜାର କମିଟିକୁ ସ୍ଥାନାନ୍ତର କରା ଯାଇଥିଲା। ଏଥିସହ ଟିମ ବିଭିନ୍ନ ଦୋକାନରୁ ପ୍ରାୟ ୨୦ କେଜି ପଲିଥିନ ଜବତ କରିବା ସହ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଏଥିରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ଏନ୍ଏସି କର୍ମଚାରୀ ମାନେ ସାମିଲ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.