ଏନଏସି ର କରୋନା ଯୋଦ୍ଧାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ସମ୍ବର୍ଦ୍ଧନା ।

0 207

କୋଦଳା,(ପିପିଟି ନ୍ଯୁଜ୍)୨୬/୦୪- କରୋନା ମୁକାବିଲା ରେ ଗଞ୍ଜାମ ଜିଲ୍ଳା କୋଦଳା ଏନଏସି ର ଲଢେଇ କୁ କୋଦଳା ପ୍ରଶାସନିକ ଅଧିକାରୀ ସମେତ ଜିଲ୍ଳା ପ୍ରଶାସନ ମଧ୍ୟ ପ୍ରସଂଶା କରିଛି ।ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସର ରେ ନିର୍ବାହୀ ଅଧିକାରୀ କରୋନା ଯୋଦ୍ଧା ସୁଜିତ କୁମାର ଚୌଧୁରୀଙ୍କ ସଭାପତିତ୍ୱ ରେ ସଫେଇ କର୍ମଚାରୀଙ୍କ ସମେତ ଏନଏସି ର ସମସ୍ତ କର୍ମକର୍ତ୍ତାଙ୍କ ସ୍ବାସ୍ଥ୍ୟ ପରିକ୍ଷା ଡକ୍ଟର ଜୟଦେବ ନାୟକଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା ।ସଫେଇ କର୍ମଚାରୀ କରୋନା ଯୋଦ୍ଧା ଙ୍କୁ ସଫେଇ ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି , କନୀଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା, ଗୋଷ୍ଠି ସଂଯୋଜିକା ଲକ୍ଷ୍ମୀ ପାତ୍ର ଙ୍କ ଉପସ୍ଥିତି ରେ ମାସ୍କ ଓ ହେଣ୍ଡ ଗ୍ଲୋବସ  ବଣ୍ଟନ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସର ରେ ନିର୍ବାହୀ ଅଧିକାରୀ  କରୋନା ମହାମାରୀ ର ମୁକାବଲା ପାଇଁ କୋଦଳା ଏନଏସି ପୁରା ସଜାଗ ବୋଲି କହିବା ସହିତ ବର୍ତ୍ତମାନ ସହର ମଧ୍ୟ ରେ ଥିବା ସମସ୍ତ ନାଳ ର ସଫେଇ ସହିତ ପୁନରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ।ଚାରିଆଡେ ବ୍ଲିଚିଙ୍ଗ୍ ଓ ଦମକଳ ସହାୟତା ରେ ବିଶୋଧନ ପାଣି ସିଞ୍ଚନ ।ତହସିଲ ଓ ଥାନା ସହଯୋଗ ରେ ସମସ୍ତ ଦୋକାନ ବଜାର ରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।ଘର ଘର ବୁଲି ନିରାଶ୍ରୟ ଓ ଅସହାୟ ଭିକାରୀଙ୍କୁ ମହିଳା ସହାୟକ ସଙ୍ଘ ଦ୍ଵାରା ଦୁଇଓଳା ରନ୍ଧାଖାଦ୍ୟ ପ୍ରଦାନ । ସମସ୍ତ ରାସ୍ତା ପୋଖରୀ ଓ ହଜ ଚତୁଃପାର୍ଶ୍ବରୁ  ଅଳିଆ ଆବର୍ଜନା ସଫା ।ସରକାରଙ୍କ ନିୟମ ଅନୁଯାୟୀ  ସମସ୍ତ ହିତାଧିକାରୀ ଠିକ ରେ ଚାଉଳ ପାଉଛନ୍ତି କି ନାହିଁ ତାର ତଦାରଖ ସାଙ୍ଗକୁ ଘର ଘର ବୁଲି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ , ରାସନ କାର୍ଡ ଧାରିଙ୍କୁ ୧୦୦୦ଟଙ୍କା ,ଲେବର କାର୍ଡ ଧାରିଙ୍କୁ ୧୫୦୦ ଟଙ୍କା ,ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।ଅଙ୍ଗନବାଡି କର୍ମୀ ଙ୍କ ସହାୟତା ରେ ପ୍ରତ୍ୟେକ ଦିନ ବାହାରୁ କିଏ ଆସିଲା କିଏ ଗଲା ତାର ଟିକନିଖି ତଥ୍ୟ ହାସଲ ,ପ୍ରତ୍ୟକ ଦିନ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରତ୍ୟେକ ସାହି ରେ କରୋନା ସଚେତନତା ବାର୍ତ୍ତା।ପଶୁପକ୍ଷୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ।କଲ୍ୟାଣ ମଣ୍ଡପ ରେ କରେଣ୍ଟାଇନ ସୁବିଧା,ଲକଡାଉନ ପରେ ବାହାର ରାଜ୍ୟ ତଥା ଦେଶ ବାହାରୁ ଆସିବାକୁଥିବା ଲୋକଙ୍କ ପାଇଁ ସାତଗୋଟି କରୋନା ବିଷୋଧାନ ଗୃହ  ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାସହ ପ୍ରସ୍ତୁତ କରି ରଖାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିବା ସହିତ ବିଭିନ୍ନ ସ୍ଥାନରୁ  କେତେ ଲୋକ ଆସିବେ ତାର ରେଜିଷ୍ଟ୍ରେସନ କରିବା ପାଇଁ କାର୍ଯ୍ୟାଳୟ ରୁ ଫର୍ମ ପ୍ରଦାନ ଓ ପ୍ରତ୍ୟକ୍ଷ ଯୋଦ୍ଧା ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ସହାୟତା ନିଆଯାଇଛି । ପ୍ରତ୍ୟକ ସମୟ ରେ,ସ୍ୱପ୍ନ କୁମାର ସାହୁ ,ଧିରଜ କୁମାର ପାତ୍ର ,ଦ୍ଵାରୀକା ନାଥ ପାଢ଼ୀ , ନିବେଦିତା ରଥ , ରାଜେନ୍ଦ୍ର ପ୍ରସାଦ ସାହୁ ,ହରିଶ ଚନ୍ଦ୍ର ରାଉଳ , ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ରାତିଦିନ ଏକ କରି ଯୋଦ୍ଧା ଭଳି ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.