ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସାନିଟାଇଜ କଲେ କର୍ମଚାରୀ ।

0 387

ଭଞ୍ଜନଗର,୦୧/୦୮(ପିପିଟି); କୋରନା ଆରମ୍ଭ ଲକ ଡାଉନ ଠାରୁ ଆଜି ପର୍ଯ୍ୟନ୍ତ କୋରନା ଯୋଦ୍ଧା ଭାବେ ଦିନ ରାତି ଏକାଠି କରି ଭଞ୍ଜନଗର ଉପ ଜିଲ୍ଲାପାଳ ଓ ସମସ୍ତ କର୍ମଚାରୀ ମାନେ ଲୋକଙ୍କ ସୁରକ୍ଷା ନିମନ୍ତେ ଲାଗିପଡିଛନ୍ତି। ନିଜେ ସୁସ୍ଥ ରହିଲେ ଯାଇ ଅନ୍ୟମାନଙ୍କୁ ସାହାଯ୍ୟ କରିହେବ ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ମାନେ ନିଜ ଚାରିପାଖରେ ଥିବା ପରିବେଶକୁ ସଫା ସୁତରା ରଖିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଯାହା ଫଳରେ ଆଜି କର୍ମଚାରୀ ମାନେ ଏକାଠି ହୋଇ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କୋଣ ଅନୁକୋଣ ସାନିଟାଇଜ କରିଥିଲେ। କରୋନା ଠାରୁ ଦୂରେଇ ରହିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.