ଉପର ମାଳିଗାଁରେ ଜଳସଙ୍କଟ,ଗାଁ ଠାରୁ ୧ କିଲୋମିଟର ଦୂରରେ ଥିବା ଝରଣା ପାଣିଉପରେ ଭରସା।

0 470

ରାୟଗଡ଼ା,୦୬/୦୭(ପିପିଟି); କାଶୀପୁରବ୍ଲକ ରେଙ୍ଗା ପଞ୍ଚାୟତର ଉପରମାଳିଗାଁରେ ଦେଖାଦେଇଛି ଘୋର ଜଳସଙ୍କଟ। ସାହାଭରସା ହେଉଛି ୧ କିଲୋମିଟର ଦୂର ଝରଣାରପାଣି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମରେ ୮୫ ଘର ଆଦିବାସୀ ଓ ଗୌଡ଼ ସମ୍ପ୍ରଦାୟ ମିଶି ୪୦୦ରୁ ଉର୍ଦ୍ଧ୍ବ ଲୋକ ଗ୍ରାମରେ ବସବାସ କରୁଛନ୍ତି।ସରକାରଙ୍କ ତରଫରୁ ମାତ୍ର ୨ଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୂପରୁ ଗୋଳିଆପାଣି ବାହାରୁଛି,ଅନ୍ୟଟି ଅଧଘଣ୍ଟା ମାରିଲେ ହାଣ୍ଡିଏ ପାଣି ବାହାରୁଛି।ତେଣୁ ଝରଣାପାଣିକୁ ଆଦରି ନେଇଛନ୍ତି ଗ୍ରାମର ଲୋକେ। ଡହଳ ବିକଳ ହୋଇ ଝରଣାରୁ ଅପରିଷ୍କାର ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ହେଲେ ଏମାନଙ୍କ ପାଇଁ ନେତାଙ୍କର ନିଘା ଅଛି ନା ଅଫିସରଙ୍କର ଦୟା। ଏଥିରୁ ଅନୁମାନ ହେଉଛି ଯେ, ଲୋକେ କିପରି ଭାବେ ସୁସ୍ଥତାର ସହ ବଞ୍ଚି ପାରୁଥିବେ।ପରିତାପର ବିଷୟଏହିକି ଯେ,ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ୱେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ। ଏହି ନିରୀହ ଗରୀବ ଆଦିବାସୀ,ଗୌଡ଼ ଅତି ଦୁଃଖର ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ, ଜିଲ୍ଲାପାଳ ନିଜେ ଆମର ଅବ୍ୟବସ୍ଥା ଦେଖି କିଛି ବ୍ୟବସ୍ଥା କଲେ ଆମେ ଉପକୃତ ହୋଇପାରିବୁ।ତେଣୁ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏହାର ଉଚିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

(ରିପୋର୍ଟ – ନବୀନ ନାୟକ ବେହେରା। )

Leave A Reply

Your email address will not be published.