ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନଲାଇନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ।

0 565

ଭୁବନେଶ୍ବର,ତା-୩୦/୦୬; ସମାଜରେ ଉଚ୍ଚକୋଟୀର ସମାଜସେବା, ପରମ୍ପରା ଓ ସଂସ୍କୃତି ର ପ୍ରସାର ପ୍ରଚାର  ପାଇଁ  ପ୍ରତିବଦ୍ଧତା ସହିତ କାର୍ଯ୍ୟରତ ଓଡିଶା ର ଅଗ୍ରଣୀ ସମାଜସେବା ସଂଗଠନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନଲାଇନ ମାଧ୍ୟମରେ ଏକ ବୃହତ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି, ଏହି କାର୍ଯ୍ୟକ୍ରମ ଆଜିଠାରୁ ଆଗାମୀ ୨ ମାସ ପର୍ଯ୍ୟନ୍ତ ଚାଲିବ । ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ଅଧକ୍ଷ ଶୁଭକାନ୍ତ ସାମଲ ଆଜି  ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ଯେ, ଆମ ଅନୁଷ୍ଠାନର ଲକ୍ଷ ହେଉଛି ସାରା ବିଶ୍ୱ ବାସୀଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିବା । ଏହି କରୋନା ମହାମାରୀ ସମୟରେ ସାରା ବିଶ୍ୱ ଏବେ ଲକ ଡାଉନ ଯୋଗୁ ବିଛିନ୍ନ ଭିତରେ ଅଛି । ଆମେ ଆଶା କରୁଛୁ ଯେ ଆମର ଏହି ନୂତନ କାର୍ଯ୍ୟକ୍ରମ ସାରା ବିଶ୍ୱ ବାସୀଙ୍କୁ ଉତ୍ସାହିତ କରିବା ସହିତ ଅଧିକ ରୁ ଅଧିକ ବୃକ୍ଷ ରୋପଣ ପାଇଁ ପ୍ରେରଣା ଯୋଗାଇବ,ଯାହାଦ୍ୱାରା ଏହି ପୃଥିବୀ ପୃଷ୍ଠ ଅଗ୍ରସର ହେଉଥିବା ଧ୍ବଂସ ମୁଖରୁ ବଞ୍ଚିପାରିବ । ଏହା ଆମ ଅନୁଷ୍ଠାନର ଏକ ଛୋଟ ପ୍ରୟାସ । ସାମଲ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବୃକ୍ଷ ରୋପଣ କରାନଯାଏ, ପୃଥିବୀ ପୃଷ୍ଠ ରେ ଜୀବଜଗତର ଆୟୁଷ ଆଉ ବେଶିଦିନ ନୁହେଁ ବୋଲି ପରିବେଶବିତ ମାନେ ସତର୍କ କରି ଦେଲେଣି । ସମସ୍ତ ଲୋକମାନେ ଏପଯ୍ୟନ୍ତ ବୁଝି ପାରୁନାହାନ୍ତି ଯେ ବୃକ୍ଷ ହାନି ଦ୍ୱାରା ସାରା ବିଶ୍ୱରେ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତନ, ବିଶ୍ୱ ତାପନ, ଅଦିନିଆ ବର୍ଷା ଓ ସାମୁଦ୍ରିକ ଝଡ଼ ପୃଥିବୀ ଆଗରେ ଘାତକ ହୋଇ ଛିଡା ହୋଇଛି । ଯାହା ଫଳରେ ପ୍ରତି ବର୍ଷ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ହାନି ହେବା ସହିତ ଲକ୍ଷାଧିକ କୋଟି ଟଙ୍କା ନଷ୍ଟ ହେଉଛି ।ଏହି ବର୍ଷ ବର୍ଷା ଋତୁ କୁ ଲକ୍ଷ୍ୟ ରଖି ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ, ଲୋକମାନଙ୍କୁ ବୃକ୍ଷ ରୋପଣ ପାଇଁ ଅନଲାଇନ ମାଧ୍ୟମରେ ସମ୍ମାନିତ କରିବାକୁ ଯାଉଛି ଓ ଆଶା ରଖିଛୁ ଯେ ଏହା ନିଶ୍ଚିତ ଭାବରେ ଲୋକ ମାନଙ୍କ ମନରେ ଉତ୍ସାହ ଓ ପ୍ରେରଣା ଯୋଗାଇବ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ର କାର୍ଯ୍ୟକାରିଣୀ ସଭାପତି ନାରାୟଣ ସ୍ୱାଇଁ ଓ ଉପସଭାପତି ଚନ୍ଦ୍ରମଣି ପାତ୍ର ସେମାନଙ୍କ ମିଳିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ଏହି କାର୍ଯ୍ୟକ୍ରମର ନାମ ରଖିଛୁ “ଜଣେ ଲୋକ ,ଚାରୋଟି ବୃକ୍ଷ ରୋପଣ” ଓ ସମ୍ମାନ ପତ୍ର ର ନାମ ରଖିଛୁ “ଜଙ୍ଗଲ ର ରକ୍ଷକ”ଦୁଇ ମାସ ପୂର୍ବରୁ ଓଡ଼ିଶାରେ ପ୍ରଥମ କରି ଅନଲାଇନ ମାଧ୍ୟମରେ “କରୋନା ଯୋଦ୍ଧା” ସମ୍ମାନରେ ବହୁତ ଲୋକଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମ ଆରମ୍ବ କରିଥିଲୁ, ଯେଉଁମାନେ ଅସହାୟ ଲୋକ, ପଥଚାରି, ଅସହାୟ ଗାଈ, ଗୋରୁ, ଷଣ୍ଢ, କୁକୁର  ଙ୍କୁ ଖାଦ୍ୟ ପ୍ରଦାନ କରିବା, ଲୋକ ମାନଙ୍କୁ ଏହି ମହାମାରୀ ପାଇଁ  ସଚେତନ କରିବା ସହିତ ଡାକ୍ତର, ନର୍ସ, ପୋଲିସ କର୍ମଚାରୀ, ଟ୍ରାଫିକ କର୍ମଚାରୀ ଓ ଅନ୍ୟାନ୍ୟ ଲୋକ ମାନଙ୍କୁ ପ୍ରଦାନ କରିବା କାର୍ଯ୍ୟକ୍ରମ ଥିଲା ଓ ଏହା ଆମ ଅନୁଷ୍ଠାନ ତରଫରୁ ଆଜି ପଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମ ପାଇଁ ଆମ ପ୍ରତିଷ୍ଠାତା ଦିନ ରାତି ଏକ କରି ଲାଗିପଡ଼ିଥିଲେ କେମିତି ପରୋକ୍ଷରେ ଲୋକ ମାନଙ୍କ ପାଖରେ ସାହାଯ୍ୟ ପହଞ୍ଚାଇବା ଏବଂ ଆମକୁ ଅନୁସରଣ କରି ଏବେ ସାରା ରାଜ୍ୟରେ ୧୦୦ ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଓ ଦେଶରେ ୨୦୦୦ ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ଏହିପରି ଉପାୟ ଅବଲମ୍ବନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରୁଛନ୍ତି । ଆମେ ଆଶା ରଖିଛୁ, ଆମ ଅନୁଷ୍ଠାନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ର ଏହି ପଦକ୍ଷେପ ବିଶ୍ୱରେ ଏକ ବୃହତ ପରିବର୍ତ୍ତନ ଆଣିବ । ଯଦି ଆମକୁ ଅନୁସରଣ କରି ଆମ ଦେଶର ହଜାର ଅନୁଷ୍ଠାନ ଓ ବିଶ୍ୱର କୋଡିଏ ହଜାର ଅନୁଷ୍ଠାନ ଏହିପରି କାର୍ଯ୍ୟ କରନ୍ତି ଓ ପ୍ରତ୍ୟକ ଅନୁଷ୍ଠାନ ଯଦି ପାଖାପାଖି ୩୦୦୦ ଲୋକଙ୍କୁ ସମ୍ମାନ  ପତ୍ର ଦିଅନ୍ତି ତାହେଲେ ଘରେ ରହି ମଧ୍ୟ ସାରା ବିଶ୍ୱରେ ୨୪ କୋଟି ନୂଆ ବୃକ୍ଷ ରୋପଣ ହେଇ ପାରିବ । ଯାହା କି ଏହି କରୋନା ମହାମାରୀ ସମୟରେ ବିନା ସରକାରୀ ଖର୍ଚ୍ଚରେ ହୋଇ ପାରିବ । ଆଜି ଆମ ଅନୁଷ୍ଠାନ ପ୍ରତିଷ୍ଠାତା ଶୁଭକାନ୍ତ ସାମଲ ୩ ଜଣକୁ ଏହି ସମ୍ମାନ ପ୍ରଦାନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି ଓ ଏହି କାଯ୍ୟକ୍ରମ ଇତିହାସ ରେ ଲିପି ବଧ ହୋଇ ରହିବ ବୋଲି ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ, ଅନୁଷ୍ଠାନର ସଦସ୍ୟ ଓ ଅନ୍ୟମାନେ ମତବ୍ୟକ୍ତ କରିଛନ୍ତି ।
ସୌଜନ୍ୟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.