ଆସନ୍ତା ଦୁଇ ଦିନରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ ମନ୍ତ୍ରୀ ଆରୁଖ ।

0 16

ଭଞ୍ଜନଗର,୧୯/୦୭(ପିପିଟି); ଭଞ୍ଜନଗର ବ୍ଲକ ଓ ଏନ୍ଏସିର ବିଭିନ୍ନ ଜନ ହିତକର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ମଙ୍ଗଳବାର ଓ ବୁଧବାର ଏହି ୨ଦିନ ମଧ୍ୟରେ ଏସବୁକୁ ଉଦ୍‌ଘାଟନ କରିବେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣ ବିଶେଷ ଉପକୃତ ହୋଇପାରିବେ। ରବିବାର ଏସମସ୍ତ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବା ପରେ ମନ୍ତ୍ରୀ ଆରୁଖ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ। ୨୦ତାରିଖରେ ଢୁଢୁଆ କଲ୍ୟାଣ ମଣ୍ଡପ, ମୁଦୁଲି ପଲ୍ଲି ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା, ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ, ଏନଏସିର ୧୨ ଓ ୧୫ ନଂ ୱାର୍ଡର କମ୍ୟୁନିଟି ସେଣ୍ଟରକୁ ଉଦଘାଟନ ଏବଂ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରାଯିବ। ସେହିପରି ୨୧ତାରିଖରେ ଫୁଲବାଣୀ ରାସ୍ତାର ଶ୍ରୀ ବିଭାର ଠାରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନୂତନ କୋଠା,ଡିହ ପଢାଳ ଠାରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଉଦଘାଟନ ଭଳି ଅନ୍ୟ କେତେକ କାର୍ଯ୍ୟକ୍ରମ ରହିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.