ଆରମ୍ଭ ହେଲା ନାଇଟ କର୍ଫ୍ୟୁ, ସଚେତନ କଲା ପୁଲିସ ।

0 278

ଭଞ୍ଜନଗର,୦୮/୦୧(ପିପିଟି): ବର୍ତ୍ତମାନ ଚାରିଆଡ଼େ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ପ୍ରତିଦିନ ବହୁ ନୂତନ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଏହାକୁ ରୋକିବାକୁ ରାଜ୍ୟ ସରକାର ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି ଏବଂ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ଭଞ୍ଜନଗର ସହରରେ ପୁଲିସ ପ୍ରଶାସନ ତରଫରୁ ରାତି ୯ଟା ଠାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯାଇଛି।ଶୁକ୍ରବାର ରାତିରେ ଥାନା ଅଧିକାରୀ ଧିରେସ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନ୍ୟ ପୁଲିସ କର୍ମଚାରୀ ମାନେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସହର ସାରା ବୁଲି ପ୍ରଚାର କରି ଜନସାଧାରଣଙ୍କୁ ସଚେତନ କରିଥିଲେ।ଏହି ସମୟ ମଧ୍ୟରେ କେହି ଯେପରି ବାହାରକୁ ନବାହାରିବା, ଗାଡ଼ି ଚଳାଚଳ ବନ୍ଦ ରଖିବା,ଦୋକାନ ବଜାର ବନ୍ଦ ରଖିବା, ମାସ୍କ ବ୍ୟବହାର କରିବା ଏବଂ ଯେଉଁମାନେ ବିନା କାରଣରେ ବାହାରେ ବୁଲିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।ଯାହାକୁ ନେଇ ବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.