କୋଭିଡ଼ ସହାୟତା ପାଇଲେ ୩୪୧ଜଣ ଫୁଟଫାଥ ବ୍ୟବସାୟୀ ।

0 273

ଭଞ୍ଜନଗର,୦୮/୦୧(ପିପିଟି): କୋଭିଡ଼ ସମୟରେ ଲକଡାଉନ କାରଣରୁ ରାସ୍ତା କଡରେ ଥିବା ଉଠା ଦୋକାନୀ ମାନେ ବହୁ ଅସୁବିଧାରେ ରହିଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ହୃଦଙ୍ଗମ କରି ପଞ୍ଜିକୃତ ବ୍ୟବସାୟୀ ମାନଙ୍କୁ ୩ଟି କିସ୍ତିରେ ମୋଟ ୯ହଜାର ଟଙ୍କା ପ୍ରଦାନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଏନ୍ଏସି ଅଧୀନରେ ଥିବା ମୋଟ ୩୪୧ଜଣ ଉଠା ଦୋକାନୀ ଏହି ସହାୟତା ରାଶି ପାଇ ଉପକୃତ ହୋଇଛନ୍ତି। ଶନିବାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଚଳିତ ବର୍ଷର କ୍ୟାଲେଣ୍ଡର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ଗୋଷ୍ଠୀ ସଙ୍ଗଠିକା ଅଞ୍ଜଳି କୁମାରୀ ପଣ୍ଡାଙ୍କ ସମେତ ଅନ୍ୟ ଏନ୍ଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.