ଆନ୍ଧ୍ରପ୍ରଦେଶର ପୋଲାଭରମ ବୃହତ୍ ଡ୍ୟାମ ନିର୍ମାଣ ଯୋଗୁଁ ଓଡ଼ିଶାର କ୍ଷତି , ତୁରନ୍ତ ଫଳପ୍ରଦ ହସ୍ତକ୍ଷେପ ପାଇଁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ଦାବି ପତ୍ର ପ୍ରଦାନ ।
ବ୍ରହ୍ମପୁର,୧୭/୦୮(ପିପିଟି); ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରି ନିକଟସ୍ଥ ପୋଲାଭରମ ଠାରେ ଗୋଦାବରୀ ନଦୀର ତଳ ମୁଣ୍ଡରେ ” ଜାତୀୟ ପ୍ରକଳ୍ପ ” ରୁପେ ଘୋଷିତ ବହୁମୁଖି ବୃହତ୍ତ ଜଳ ଭଣ୍ଡାର ( ଡ୍ୟାମ ) ନିର୍ମାଣ ଯୋଗୁଁ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଘୋର ବିପଦର ସମ୍ମୁଖୀନ ହେଉଥିବା ଆପଣଙ୍କ ସରକାରଙ୍କୁ ଅଜଣା ନାହିଁ । ମାଲକାନଗିରି ଜିଲ୍ଲାର ଦୁଇ ପାର୍ଶ୍ଵରେ ସମାନ୍ତରାଳ ଭାବେ ପ୍ରବାହିତ ସାବେରୀ ଓ ସିଲେରୁ ନଦୀ ଓଡ଼ିଶାର ଶେଷ ଗ୍ରାମ ମୋଟୁ ଠାରେ ଏକତ୍ର ହୋଇ ଆନ୍ଧ୍ରପ୍ରଦେଶର ପୋଲାଭରମ ଠାରେ ପୁଣି ମହାରାଷ୍ଟ୍ରରୁ ଆସୁଥିବା ଆସୁଥିବା ଗୋଦାବରୀ ନଦୀର ପତିତ ହୋଇ ରାଜମହେନ୍ଦ୍ରି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି । ବଙ୍ଗୋପସାଗରରେ ପତିତ ହୋଇଛି । ଗୋଦାବରୀ ନଦୀର ଶେଷ ମୁଣ୍ଡରେ ଜଳସ୍ରୋତକୁ ରୋକି ୧୮୨ ‘ ଫୁଟ ଉଚ୍ଚତା ବିଶିଷ୍ଟ ଜଳ ଭଣ୍ଡାର ( ଡ୍ୟାମ ) ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ପଚାଶ ଦଶକରୁ ଜଳ ସମ୍ପଦ ବିଶେଷଜ୍ଞ , ପରିବେଶଳିତ ଆଦି ସକଳ ସ୍ତରରୁ ଆପତ୍ତି ସତ୍ତ୍ୱେ ଆନ୍ଦ୍ରପ୍ରଦେଶ ସରକାରଙ୍କ ଜିଦଖୋର୍ ମନୋଭାବ ଏବଂ କେନ୍ଦ୍ର ସରକାର ରାଜନୈତିକ ଦୃଷ୍ଟିଭଙ୍ଗୀରୁ ଏହାକୁ ଏକ ଜାତୀୟ ପ୍ରକଳ୍ପ ରୂପେ ମାନ୍ୟତା ଦେବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ଶତକଡ଼ା ୬୦ ଭାଗ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି । ୨୦୦୮ ବର୍ଷରେ ସି.ପି.ଆଇ ( ଏମ ) ଓଡ଼ିଶା ରାଜ୍ୟ କମିଟି ସଭ୍ୟ ସାଥୀ ଲକ୍ଷ୍ମଣ ମୁଣ୍ଡା ଏକ ମକଦ୍ଦମା ଦାୟର କରିଥିଲେ ତାହା ବର୍ତ୍ତମାନ ସୁପ୍ରିକୋର୍ଟରେ ରହିଛି । ଓଡ଼ିଶା ରାଜ୍ୟ ସରକାର ମଧ୍ୟ ଦାୟର କରିଥିବା ମକଦ୍ଦମା ବିଚାରାଧିନ ରହିଛି । ଏଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶର ୮୦ଟି ଗ୍ରାମରୁ ପୋଲାଭରମ ପ୍ରକଳ୍ପ ନିମନ୍ତେ ଲୋକଙ୍କୁ ଉଚ୍ଛେଦ କରାଗଲାଣି । ନିକଟରେ ମୋଟୁ ଠାରୁ ୧୦ କି.ମି. ଦୂରରେ ଥିବା ଚିନ୍ତୁର ଗ୍ରାମବାସୀଙ୍କୁ ଗ୍ରାମ ଛାଡ଼ିବା ପାଇଁ ନୋଟିସ ଜାରି କରିବା ଫଳରେ ମୋଟୁ ଅଞ୍ଚଳ ବାସି ଜଳମଗ୍ନ ହେବା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି । ଓଡ଼ିଶା ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ଜଳମଗ୍ନ ହେବା ସହିତ ଜଙ୍ଗଲ , ଚାଷ ଜମି ଆଦି ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ଦୁର୍ଭାଗ୍ୟର ବିଷୟ ଯେ , ମୋଟୁ ଅଞ୍ଚଳ ୫ମ ସିଡ୍ୟୁଲଭୁକ୍ତ ଅଞ୍ଚଳ ଏବଂ ଆଦିବାସୀ ବହୁଳ ଅଞ୍ଚଳ ଏବଂ ଜଳ , ଜମି ଜଙ୍ଗଲର ପ୍ରଭୁତି କ୍ଷତି ହେବା ସତ୍ବେ ଆଜି ସୁଦ୍ଧା ଓଡ଼ିଶା ଅଞ୍ଚଳରେ ଜନଶୁଣାଣି ହୋଇନାହିଁ । ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏଯାବତ୍ ନିର୍ଦ୍ଧିଷ୍ଟ ରୂପେ କେତେ ଗ୍ରାମ , ଜମି ଓ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ଏହାର ଆକଳନ ମଧ୍ୟ କରିନାହାନ୍ତି । କେବଳ କୋର୍ଟରେ ମକଦ୍ଦମା କରିଦେଇ ନିଜ ଦାୟୀତ୍ୱ ସରିଗଲା ବୋଲି ବିଚାରିଲେ ଭୁଲ ହେବ । ପୋଲାଭରମ ଜଳ ପ୍ରକଳ୍ପ ଡ୍ୟାମର ଉଚ୍ଚତା କମା ଯାଇପାରିଲେ ସୁଦ୍ଧା ଓଡ଼ିଶା ପ୍ରତି ବିପଦ କମ ହୋଇପାରିବ । କିନ୍ତୁ ଏ ଦିଗରେ ଫଳପ୍ରଦ ପଦକ୍ଷେପ ନେବାରେ ଓଡ଼ିଶା ବିଫଳ ହୋଇଛି । ଏହି ପରିପ୍ରେକ୍ଷୀରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କ୍ଷତି ଆକଳନ କରିବା ସଙ୍ଗେ ସଙ୍ଗେ କ୍ଷତିକୁ ରୋକିବାକୁ ଫଳପ୍ରଦ ପଦକ୍ଷେପ ନେବାପାଇଁ ସି.ପି.ଆଇ ( ଏମ ) ଦଳ ପକ୍ଷରୁ ଦାବି ଜଣାଇଛନ୍ତି ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ ଡାକିବା ନିମନ୍ତେ ଦାବି ଜଣାଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )