ଆଦର୍ଶ ଗାଈ ଗୁହାଳ ପ୍ରଦାନ ଓ ନିର୍ମାଣରେ ଦୁର୍ନୀତିର ତଦନ୍ତ ପାଇଁ ଦାବି କଲା ଫରୱାର୍ଡ ବ୍ଲକ୍ ।

0 5,320

କବିସୂର୍ଯ୍ଯ ନଗର,୧୧/୦୮(ପିପିଟି);କବିସୂର୍ଯ୍ଯ ନଗର ବ୍ଲକ୍ ରେ ଆଦର୍ଶ ଗାଈ ଗୁହାଳ ପ୍ରଦାନ ଓ ନିର୍ମାଣ ଦୁର୍ନୀତି ହୋଇଥିବା ନେଇ ଫରୱାର୍ଡ ବ୍ଲକ୍ ଅଭିଯୋଗ ଉଠାଇଛି । କେନ୍ଦ୍ର ସରକାର ମନରେଗା ଯୋଜନାରେ ଆଦର୍ଶ ଗାଈ ଗୁହାଳ ଗରୀବ ଲୋକଙ୍କୁ ଯୋଗାଉଛନ୍ତି । ଯେଉଁ ଗରୀବ ଲୋକ ମାନେ ଗାଈ ପାଳନ କରୁଛନ୍ତି ଏବଂ ଗାଈ ପାଳନ ପାଇଁ ଜାଗା ରହିଛି ସେମାନଙ୍କୁ ଚିହ୍ନଟ କରି ଆଦର୍ଶ ଗାଈ ଗୁହାଳ ପ୍ରଦାନ କରାଯାଉଛି । କବିସୂର୍ଯ୍ଯ ନଗର ବ୍ଲକ୍ ରେ ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଥିବା ଆଦର୍ଶ ଗାଈ ଗୁହାଳରେ ବ୍ଯାପକ ଦୁର୍ନୀତି ହୋଇଛି । ହିତାଧିକାରୀ ଚିହ୍ନଟରେ ଅନିୟମିତତା,ଜାଗା ନଥାଇ ଆଦର୍ଶ ଗାଈ ଗୁହାଳ ପ୍ରଦାନ,ଆଦର୍ଶ ଗାଈ ଗୁହାଳ ନିର୍ମାଣ ନକରି ଅର୍ଥ ହଡପ,ଗୋଟିଏ ପଞ୍ଚାୟତର ଗାଈ ଗୁହାଳ ଅନ୍ୟ ପଞ୍ଚାୟତରେ ଗୃହ ନିର୍ମାଣ ହୋଇ ଲୋକ ରହୁଛନ୍ତି,ଗୋଟିଏ ପରିବାରକୁ ଏକାଧିକ ଗାଈ ଗୁହାଳ ପ୍ରଦାନ ଭଳି ଘଟଣା ଘଟିଛି ।ବିଶେଷକରି କବିସୂର୍ଯ୍ଯ ନଗର ବ୍ଲକ୍ ର ରିଷିପୁର ପଞ୍ଚାୟତ,ବଡମହୁରୀ ପଞ୍ଚାୟତ,ଆଠଗଡପାଟଣା ପଞ୍ଚାୟତ ଓ ନନ୍ଦିଆଗଡା ପଞ୍ଚାୟତରେ ଦେଖିବାକୁ ମିଳିଛି । ଆଦର୍ଶ ଗାଈ ଗୁହାଳ ଦୁର୍ନୀତିରେ ହିତାଧିକାରୀ ଚିହ୍ନଟ କରିଥିବା ଅଧିକାରୀ,ଜିଆରଏସ୍,ପିଇଓ,ଯନ୍ତ୍ରୀ,ସରପଞ୍ଚ,ବିଡିଓ ଓ ଅଧ୍ଯକ୍ଷ ପ୍ରତ୍ଯେକ୍ଷ ଭାବରେ ସଂପୃକ୍ତି ରହିଛି । ଏହି ଭଳି ଦୁର୍ନୀତି ପାଇଁ ସରକାରଙ୍କ ଯୋଜନା ସଫଳ ହେଉ ନଥିବାବେଳେ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ଏହି ଘଟଣାର ତଦନ୍ତ କରି ଦୁର୍ନୀତିରେ ସଂପୃକ୍ତ ଥିବା ବ୍ଯକ୍ତି ବିଶେଷଙ୍କ ବିରୁଦ୍ଧରେ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଦାବି କରିଛନ୍ତି ।ଆଦର୍ଶ ଗାଈ ଗୁହାଳ ସଂପର୍କରେ ଗ୍ରାମ୍ଯ ଉନ୍ନୟନ ସଂସ୍ଥା,ଗଞ୍ଜାମ,ଛତ୍ରପୁରଙ୍କୁ ସୂଚନା ତଥ୍ୟ ମାଗି ଥିଲେ ମଧ୍ୟ ସୂଚନା ପ୍ରଦାନ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ଏଠାରେ କାର୍ଯ୍ୟ କରୁ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଦର୍ଶ ଗାଈ ଗୁହାଳ ପ୍ରଦାନ ଓ ନିର୍ମାଣ ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ,ପଞ୍ଚାୟତରାଜ ମନ୍ତ୍ରୀ,ମୁଖ୍ଯ ଶାସନ ସଚିବ,ପ୍ରମୁଖ ସଚିବ ପଞ୍ଚାୟତରାଜ, ଜିଲ୍ଲାପାଳ,ଗଞ୍ଜାମ, ନିର୍ଦ୍ଦେଶକ ଭିଜିଲାନ୍ସ,ଏସପି ଭିଜିଲାନ୍ସ,ବ୍ରହ୍ମପୁର ଏବଂ ପ୍ରକଳ୍ପ ନିର୍ଦ୍ଦେଶକ,ଡିଆରଡିଏଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.