ଅସହାୟଙ୍କ ପାଖରେ ସହାୟତା ପହଞ୍ଚିଲା

0 119

କୁକୁଡାଖଣ୍ଡି,(ପିପିଟି ନ୍ଯୁଜ୍)୧/୦୪ ଆଙ୍କୁଶପୁର ପଂଚାୟତର ଅସହାୟ ଶ୍ୟାମା ଆଚାରି ବୟସ ପ୍ରାୟ ୭୪ ହେବ। ସେ ଆଙ୍କୁଶପୁର ତକ୍ଷଶିଳା ସ୍କୁଲ ପାଖରେ ଏକ ପରିତ୍ୟକ୍ତ ସ୍ଥାନରେ ଏକାନ୍ତରେ ରହି ଆସୁ ଥିଲେ। ତାଂକୁ ବର୍ତ୍ତମାନ ସୁଧା ମାସିକା ବାର୍ଦ୍ଧକ୍ୟ ଭତ୍ତା ବ୍ୟତୀତ ଅନ୍ୟ କୌଣସି ସରକାରୀ ସହଯୋଗ ମିଳୁନଥିଲା। ତେବେ ବିଭିନ ସାମାଜିକ ଗଣମାଧ୍ୟମରେ ଏ ବିଷୟକୁ ନେଇ ଚର୍ଚ୍ଚା ହେବା ପରେ ସ୍ଥାନୀୟ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ଏବଂ କୁକୁଡାଖଣ୍ଡିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କର ପ୍ରତକ୍ଷ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚଙ୍କର ପ୍ରତିନିଧି ଦଣ୍ଡପାଣି ରାଉଳ ଏବଂ ସମିତିସଭ୍ୟ ନାରାୟଣ ପାଣିଗ୍ରାହୀ ତଥା ଅଞ୍ଚଳର ବହୁ ଯୁବକ ଉପସ୍ଥିତ ରହି।ଶ୍ୟାମା ଆଚାରୀଙ୍କର ସମସ୍ୟା ବୁଝିଥିଲେ ତାଙ୍କୁ ପ୍ରତିଦିନ ଯେମିତି ଲକ ଡାଉନ ସମୟରେ ସେ ନିୟମିତ ଖାଦ୍ୟ ପାଇପାରିବେ ଏବଂ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ତାଙ୍କୁ ଆବଶ୍ୟକୀୟ ଔଷଧର ବ୍ୟବସ୍ଥା କରାଇଥିଲେ। ଆଗକୁ ଯଦି କିଏ ଏଭଳି ଅସହାୟ ବ୍ୟକ୍ତି ଏଭଳି ରୁହନ୍ତି ତେବେ ତାଙ୍କୁ ପ୍ରଶାସନର ଦୃଷ୍ଟି ଆଢୁଆଳକୁ ଆଣିଲେ ତା ପାଇଁ ଆବଶ୍ୟକୀୟ ବିଧି ବ୍ୟବସ୍ତା ଅନୁସାରେ ସରକାରୀ ସହଯୋଗ ଦିଆ ଯାଇପାରିବ ବୋଲି କହିଥିଲେ।

Leave A Reply

Your email address will not be published.