ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଶୋକ ।

0 564

ଭୁବନେଶ୍ବର,୨୦/୦୭(ପିପିଟି);ପ୍ରସିଦ୍ଧ ଚଳଚିତ୍ର ଅଭିନେତା , ଓଡିଆ ସିନେମା ଜଗତର ଦିଗ୍ ଦ୍ରଷ୍ଟା ,ଜୟଦେବ ପୁରସ୍କାର ସମେତ ବହୁ ସମ୍ମାନର ଅଧିକାରୀ ଶ୍ରୀ ବିଜୟ ମହାନ୍ତିଙ୍କ ପରଲୋକରେ ରାଜ୍ଯ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ବିଜୟ ମହାନ୍ତିଙ୍କ  ବିୟୋଗ ରାଜ୍ୟ ଚଳଚିତ୍ର ଜଗତ ପାଇଁ ଅପୂରଣୀ କ୍ଷତି । ଜଣେ ଲୋକପ୍ରିୟ ଅଭିନେତା ଓ ନିର୍ଦ୍ଦେଶକ  ଭାବରେ ତାଙ୍କର ଅବଦାନ   ଅବିସ୍ମରଣୀୟ । ମନ୍ତ୍ରୀ ଶ୍ରୀ ଦାସ ସ୍ବର୍ଗତ ଆତ୍ମାର ସଦଗତି  କାମନା କରିବା ସହିତ ଏହି ଦୁଃଖଦ ସମୟରେ  ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.