ଅନିଶ୍ଚିତତା ରେ ପଶ୍ଚିମାଞ୍ଚଳ ର ବୈଶାଖ ମେଳା !

0 96

ପଦ୍ମପୁର;(ପିପିଟି ନ୍ଯୁଜ୍)୧୩/୦୪- ପବିତ୍ର ନୃସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଏବର୍ଷ ଅନୁଷ୍ଠିତ ହେବାକୁଥିବା ନୃସିଂହ ଚତୁର୍ଦଶୀ ବା ମହାପ୍ରଭୁ ନୃସିଂହ ଙ୍କ ଜନ୍ମୋମହାତ୍ସବ ପାଳନ ହେବାନେଇ ଅନିଶ୍ଚିତତା ଦେଖାଦେଇଛିା ଆସନ୍ତା ମେ ମାସ ୨ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଦିର୍ଘ ୬ଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା ନୃସିଂହନାଥ ବୈଶାଖ ମେଳା  ସମଗ୍ର ପଶ୍ଶିମ ଓଡିଶା ତଥା ଛତିଶଗଡ ରାଜ୍ୟର ପ୍ରମୁଖ ବଡ ଧରଣର ମେଳା ଅଟେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ । ମିନାବଜାର ଠୁ ଆରମ୍ଭକରି କେତେ କଣ ଦୋକାନ ବଜାର ଦୂରଦୂରାନ୍ତ ରୁ ଆସିଥାଏ । ଲୋକେ ବୁଲବୁଲି ଅନେକ ଆନନ୍ଦ ଅନୁଭବ କରିଥାଆନ୍ତି । ହେଲେ କରୋନା ପ୍ରକୋପ ପାଇଁ ଜନସମାଜ ଶାନ୍ତି ରେ କେମିତି ବଂଚିରହିବେ ତାହାକୁ ନଜର ରେ ରଖି ଆମ ରାଜ୍ୟସରକାର ଆସନ୍ତା ୩୦ତାରିଖ ଯାଏଁ ଲକ୍ ଡାଉନ ଘୋଷଣାକରି ସାରିଛନ୍ତିା ସମଗ୍ର ରାଜ୍ୟବାସୀ ଙ୍କ ପାଇଁ ଏହା ମଙ୍ଗଳମୟ  ଅଟେ । ଆସନ୍ତା ୩୦ତାରିଖ ରେ ଲକ ଡାଉନ ଉଠିବ ନା ତାର ଅବଧି ବଢ଼ିବ ତାହା ଆମ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ । ଲକଡାଉନ ଯଦିଓ ଆଗକୁ ବଢ଼ିବ ନାହିଁ ତେବେ ମଧ୍ୟ ସାମାଜିକ ଦୂରତ୍ୱ ନିଶ୍ଚୟ ବଳବତ୍ତର ରହିବାରହିବା ଉଚିତ ମଧ୍ୟ । ଏଭଳି ପରିସ୍ଥିତି ରେ ୨ଦିନ ମଧ୍ୟରେ ବୈଶାଖ ମେଳା ପ୍ରସ୍ତୁତି କବେ ବି ସମ୍ଭବପର ହେବ ନାହିଁ ।ନୃସିଂହନାଥ ମନ୍ଦିର ରେ କେବଳ ପୂଜାରୀତି ନିତୀ କୁ ବାଦ ଦେଲେ ଭକ୍ତ ଙ୍କ ଦର୍ଶନ ସଂପୂର୍ଣ ରୂପେ ବନ୍ଦକରିଦିଆଯାଇଛି ।ଦର୍ଶକ ମାନେ ମଧ୍ୟ କରୋନା ଭୟ ତଥା ସରକାରଙ୍କ ଲକ୍ ଡାଉନ କୁ ସମର୍ଥନ ଜଣାଇ ପ୍ରଭୁଙ୍କ ଦର୍ଶନ ରେ ଅାସୁନାହାନ୍ତି ।ଯୁଆଡେ ଆଖିବୁଲାଇଲେ ପୁଳପୁଳା ମାଙ୍କଡ ଙ୍କ ମେଳି । ମାଙ୍କଡ ମାନଙ୍କୁ ମନ୍ଦିର କମିଟୀ ତରଫରୁ ପ୍ରତିଦିନ ଖାଦ୍ୟ ଦିଆଯିବା ସଂଗେସଂଗେ ପାଇକମାଳ ର ସହୃଦୟବ୍ୟକ୍ତି ମାନେ ଶୁଖିଲାଖାଦ୍ୟ ପଦାର୍ଥ ଦେବାରେ ଲାଗିପଡିଛନ୍ତି । ପାଇକମାଳରୁ ନୃସିଂହନାଥ ମନ୍ଦିର କୁ ଯାଇଥିବା ରାସ୍ତାକୁ ସଂପୂର୍ଣ ରୂପେ ଲକ୍ ଡାଉନ ପାଇଁ ସିଲ୍ କରିଦିଆ ଯାଇଛି ।ଯେଉଁପଟେ  ଅନେଇଲେ ଝିଙ୍କାରୀ ମାନଙ୍କ ଗର୍ଜନ ଶୁଣା ଯାଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.