ଅଦିନିଆ ଲଗାଣ ବର୍ଷା ଯୋଗୁଁ ଚାଷୀକୁଳ ହତାଶ, ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ।

0 279

ଶେରଗଡ,୧୬/୧୧(ପିପିଟି): ଆଜି ଶେରଗଡ଼ ତହସିଲ ଏବଂ ବ୍ଲକ ଅଫିସ ସମ୍ମୁଖରେ ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ଭୁଶୁଣ୍ଡା ଗ୍ରାମର ପ୍ରାୟ ଦୁଇଶହ ରୁ ଅଧିକ ଚାଷୀ ନିଜ ନିଜର ବିଲରୁ ଧାନ ଗଛ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନିଜ ନିଜ ଜମି କିପରି ଫସଲ ନଷ୍ଟ ହୋଇଯାଇଛି ତାର କ୍ଷତିପୂରଣ ଦାବି ଜଣାଇବାକୁ ଆସି ଏକ ଦାବିପତ୍ର ପ୍ରଦାନ କରିଥିଲେ , ଘଟଣାସ୍ଥଳରେ ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା,ବ୍ଲକ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଥାନାଧିକାରିଣୀ ମମତା କୁମାରୀ ସାମନ୍ତରାୟ,ରାଜସ୍ୱ ନିରୀକ୍ଷକ ପିଣ୍ଟୁ ଗୌଡ଼,ଗ୍ରାମ୍ୟ କୃଷି କର୍ମଚାରୀ ମୁରଲୀଧର ପାତ୍ର ପହଞ୍ଚି ଲୋକମାନଙ୍କୁ ବୁଝାଇ କ୍ଷୟ କ୍ଷତିର ଆକଳନ କରି କ୍ଷତି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି, ସେହିପରି ଶେରଗଡ଼ ବ୍ଲକର ବାକିଲିକଣା, ନରେନ୍ଦ୍ରପୁର, ଡ଼େଙ୍ଗାପଦର ଏବଂ ବିଭିନ୍ନ ଗ୍ରାମ ର ଚାଷ ଜମି ରେ ପାଣି ମାଡି ବ୍ୟାପକ କ୍ଷତି ହୋଇଛି, ଦେଖାଯାଉ କେତେଶୀଘ୍ର ଚାଷୀଙ୍କ କ୍ଷୟ କ୍ଷତିର ଆକଳନ କରି ପ୍ରଶାସନ ଚାଷୀଙ୍କ ସମସ୍ୟା ସମାଧାନ ହେଉଛି ।

Leave A Reply

Your email address will not be published.