ଅଞ୍ଚଳବାସୀ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ।

0 272

ପଦ୍ମପୁର,(ପିପିଟି)୧୭/୦୬, ବରଗଡ ଜିଲ୍ଲା ପଦ୍ମପୁର ତହସିଲରେ ଯାଉଥିବା ଘନାମାଲ ରାଜସ୍ୱ  ନିରୀକ୍ଷକ ଟିକେଶ୍ୱର ମଲ୍ଲିକଙ୍କ ପାଖକୁ ବଦଳି ଆଦେଶ ଆସିଥିଲାା ଲୋକେ ବିଶ୍ୱସ୍ତ ସୂତ୍ର ରେ ଖବର ପାଇଁ ବଦଳି ଆଦେଶକୁ ପ୍ରତ୍ୟାହାର ପାଇଁ ଗତକାଲି ଘନାମାଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳର ଶତାଧିକ ଚାଷୀ ସମେତ ବିଭିନ୍ନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଧାରଣାରେ ବସିଥିଲେ । ବରଗଡ ତଥା ପଦ୍ମପୁର ପ୍ରଶାସନ ଲୋକଙ୍କ କଥାକୁ ହୃଦୟଙ୍ଗମ କରି ଆର.ଆଇ ଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିଥିବାରୁ ଅଞ୍ଚଳବାସୀ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.