ଅଙ୍ଗନୱାଡି କର୍ମୀଙ୍କୁ କୋଭିଡ୧୯ ସମ୍ମାନ ପତ୍ର ପ୍ରଦାନ ।

0 360

ବ୍ରହ୍ମପୁର/ବୁଗୁଡା,୦୧/୦୭(ପିପିଟି);ଓଡିଶା ସ୍ବେଛାସେବୀ ସଙ୍ଗଠନ ମାନବ ସେବା ହିଁ ମାଧବ ସେବା ବ୍ରହ୍ମପୁର ଶାଖା ପକ୍ଷରୁ କୋଭିଡ୧୯ ଯୋଦ୍ଧା ସମ୍ମାନ ପତ୍ର ପ୍ରଦାନ କରାଯାଇଛି। ଜିଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବୁଗୁଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଗୋଲିଆ ପଞ୍ଚାୟତ ଚିରିକିପଡା ଗାଁରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଶର୍ମିଷ୍ଠା କୁମାରୀ ପଣ୍ଡାଙ୍କୁ ଫୁଲ ତୋଡା ଓ ସମ୍ମାନ ପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ସଙ୍ଗଠନର ସ୍ବେଛାସେବୀ ତଥା ଯୁବ ସାମ୍ବାଦିକ ସାଇଦୀପ ପୂଜାରୀ ଅଙ୍ଗନବାଡି ଦିଦିଙ୍କ ଘରେ ପହଞ୍ଚି ଏହି ସମ୍ବର୍ଦ୍ଧନା ଦେଇଥିଲେ। ଉକ୍ତ ଦିଦି ଜଣକ ନିଜେ ପ୍ରସୂତି ଅବସ୍ଥାରେ ଥିବା ସତ୍ତ୍ୱେ କୋଭିଡ୧୯ ସମୟରେ ନିଜ କାର୍ଯ୍ୟରେ ଅବହେଳା ନକରି ସୁଚାରୁ ରୁପେ ନିଜ ଦାୟିତ୍ବ ନିର୍ବାହ କରୁଥିବା ନେଇ ନିକଟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହା ପରେ ସଙ୍ଗଠନର ମୁଖ୍ୟ ପ୍ରତିଷ୍ଠାତା କିରଣ କୁମାର ଶତପଥୀ, ସଭାପତି ନାରାୟଣ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସୀମାଞ୍ଚଳ ଡାକୁଆଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପିଏଫଏ ସୋସିଆଲ ୱାର୍କର ଲିଙ୍କନ ତ୍ରିପାଠୀ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.