ଗଞ୍ଜାମ ଜିଲାରୁ ଉଠିଲା ୧୪୪ ଧାରା

0 3,580

ଛତ୍ରପୁର (ପି.ପି.ଟି ନ୍ଯୁଜ୍) କରୋନା ଭୂତାଣୁ ଭୟାବହତାକୁ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାରେ ୧୪୪ ଧାରା ଲାଗୁ ହୋଇଥିଲା। ବୁଧବାର ସନ୍ଧ୍ୟାରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଅନ୍ୟପକ୍ଷରେ କରୋନା ଭୂତାଣୁ ଯେଭଳି ନ ବ୍ୟାପିବ ସେଥିଲାଗି କୌଣସି ସାମାଜିକ କାର୍ଯ୍ୟକ୍ରମ କିମ୍ବା ଦୋକାନ ବଜାରରେ ୫ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ୧୪୪ ଧାରା ପ୍ରତ୍ୟାହାର ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ଜନସମାଗମକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହାର ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଚାଲିବା ସହ ପଞ୍ଚାୟତଗୁଡିକରେ ୨୫ ଟଙ୍କାରେ ମାସ୍କ ଉପଲବ୍ଧ ହେଉଛି। ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳିରେ ଲୋକେ ସଚେତନ ହୋଇ ପୀଠକୁ ଆସିନାହାନ୍ତି। ଆଗକୁ ଦଣ୍ଡଯାତ୍ରା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

Leave A Reply

Your email address will not be published.