ତେଲେଙ୍ଗାନାରେ ବସିଛନ୍ତି ଇଟାଗଢା ଶ୍ରମିକ

0 489

ପଦ୍ମପୁର,(ପି.ପି.ଟି.ନ୍ଯୁଜ୍) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ କୁଲିଆରୀ ଗ୍ରାମର ଶ୍ରମିକ ମାନେ ଇଟାଗଢି ଯାଇ ତେଲେଙ୍ଗାନା ରାଜ୍ୟରେ ଫସି ଯାଇଛନ୍ତି । ସୂଚନା ଅନୁସାରେ କୁଲିଆରୀ ଗ୍ରାମର ସୁଦାମ ବିଭାର, ଶୁଭକେଶୀ ବିଭାର, ସୁବଳ ବିଭାର,ନନ୍ଦିନୀ ଦୀପ,ଦର୍ଶନ କଲେତ, ସୁଭଦ୍ରା କଲେତ,ଶୌକି ତାଣ୍ଡି, ନୀଲା ତାଣ୍ଡି,ଶାନ୍ତି ତାଣ୍ଡି ସମେତ ସପରିବାର ତେଲେଙ୍ଗାନା ରାଜ୍ୟର କାମରେଡି ଜିଲ୍ଲା,ଥାନା କାମରେଡି ଗ୍ରାମ ସବାତି ପୁରଟାଣ୍ତା ରେ ଇଟାଗଢି କୁ ଯାଇଥିଲେ । ମାଲିକ ମାଲତୀ ବେହେରା, ସୀତାରାମ ବେହେରା ସେଠାରେ କାମ କରିବା ସତ୍ତ୍ବେ ଶ୍ରମିକ ମାନଙ୍କୁ ଠିକ୍ ଭାବେ ଖାଦ୍ୟପେୟ ନ ଦେଇ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବା ଖବର ମିଳିଛି । ଶ୍ରମିକ ମାନଙ୍କର ଉଚିତ ପ୍ରାପ୍ଯ ନ ଦେଇ ବିନା ବିଶ୍ରାମରେ ଅହରହ ଖଟାଉ ଥିବାର ସୂଚନା ମିଳିଛି । କୌଣସି ପ୍ରକାରେ ସେମାନଙ୍କର ମଧ୍ଯରୁ ହଲଧର ବିଭାର ଜିଲ୍ଲା ପ୍ରଶାସନକୁ ଜଣାଇଥିବାର ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରି ନାହାଁନ୍ତି । ଜିଲ୍ଲା ପ୍ରଶାସନ ତେଲେଙ୍ଗାନାର ଲିଆସେନିଙ୍ଗ ଅଫିସ ଟି ରମେଶଙ୍କୁ ଉଦ୍ଧାର କରିବା ପାଇଁ ଜଣାଇଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ସୁଫଳ ମିଳି ନାହିଁ । ଏଣୁ ବିହିତ ପଦକ୍ଷେପ ନେଇ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.