ଯାଜପୁର ,୦୧/୦୭(ପିପିଟି): ବିଭିନ୍ନ ଦାବିକୁ ନେଇ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସ (ଓମସା) ପକ୍ଷରୁ ଯାଜପୁର ଜିଲ୍ଲା ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଡକ୍ତମାନଙ୍କ ପକ୍ଷରୁ ଧାରଣା ଦିଆ୍ଯାଇଛି । ବିଭିନ୍ନ ମେଡିକାଲର ଡାକ୍ତର କାମ ବନ୍ଦ କରି ନିଜ ହକ ପାଇଁ ଆନ୍ଦୋଳ ଜାରିରଖିଛନ୍ତି । ଫଳରେ ବିଭିନ୍ନ ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହୋଇଛି । କିଛି ଦିନ ହେଲା ଡାକ୍ତରଖାନା ଗୁଡିକରେ ମେଡିକାଲ କର୍ମଚାରୀମାନେ ଦିନକୁ ୨ ଘଂଟା ଲେଖାଏଁ ଆନ୍ଦୋଳନ ଚଳାଇଥିବା ବେଳେ ଆଜି ଡାକ୍ତରମାନେ ପଦୋନତୀ ସମସ୍ୟା, ବଦଳି ପଲିସି , ସୁରକ୍ଷାବ୍ୟବସ୍ଥା ସହିତ ଡାକ୍ତରମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆଦି ନିଜର ଦାବି ଜଣାଇବା ଲାଗି ସିଡିଏମଓଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । ଖବର ପାଇ ଧର୍ମଶାଳା ବିଦାୟକ ହିମାଂଶୁସେଖର ସାହୁ ସେଠାରେ ପହଁଚି ଡାକ୍ତରମାନଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ବିଧାୟକ ସହାନୁଭୂତି ପ୍ରକାଶ କରିଥିଲେ । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଅଲୋଚନା କରି ସମସ୍ୟାର ସମାଧାନ କରିବାକୁ ବିଧାୟକ ଶ୍ରୀ ସାହୁ ପ୍ରତିଶୃତି ଦେଇଥିଲେ । ଡାକ୍ତରମାନଙ୍କ ଦାବି ଖୁବସିଘ୍ର ପୂରଣ ହେବା ସହିତ ସେମାନେ ପୁର୍ବଭଳି ରୋଗୀସେବା ଯୋଗାଇଦେବେ ବୋଲି ବିଧୟକ ଶ୍ରୀ ସାହୁ ଆଶାବ୍ୟକ୍ତ କରିଛନ୍ତି । ତେବେ ଲିଖିତ ପ୍ରତିଶୃତି ନମିବା ଯାଏଁ ଧର୍ମଘଟ ଜାରି ରହିବ ବୋଲି ଡକ୍ତର ସଂଘ ପକ୍ଷରୁ କୁହାଯାଇଛି ।
ବିିଧାୟକଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ (ଫଟୋ)
ଧର୍ମଶାଳା ୧ । ୭ (): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଲୟରେ ବିଧାୟକ ହିମାଂଶୁ ଶେଖର ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅଧିବାସୀଙ୍କ ଆପତି ଅଭିଯୋଗ ଶୁଣୀ ସମସ୍ୟା ଗୁଡିକର ସମାଧନ କରିଛନ୍ତି । ବିଧାୟକଙ୍କ ଜନଶୁଣାଣୀରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତରୁ ଲୋକମାନେ ପହଁଚି ବିଶେଷ କରି ଅବାସ ଗୃହ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହୟତା, ରାସନ କାର୍ଡ, ଭତା,ଜମିପଟା ଏବଂ ରୋଗରେ ପଡିଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣ ଲୋକେ ବିଧାୟକଙ୍କୁ ଭେଟି ନିଜର ଅଭିଯେଗମାନ କରିଥିଲେ । ବିଧାୟକ ଶ୍ରୀ ସାହୁ ଅନେକ ସମସ୍ୟା ସମାଧନ କରିବା ସହ ସମୟ ସାପେକ୍ଷ କେତେକ ସମସ୍ୟାକୁ ସମାଧାନ କରିବା ଲାଗି ଦାୟିତ୍ୱରେ ଥିବା ନିଜର କର୍ମକର୍ତାମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବିଜେପି ସରକାର ହେବାକୁ ୨ ବର୍ଷ ବିତିଯାଇଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଉନ୍ନତି ପ୍ରକଳ୍ପେ ବିଧାୟକ ଶ୍ରୀ ସାହୁ ଅନେକ ଯୋଜନା ପ୍ରସ୍ତୁତ କରିବା ସହିତ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ଏହି ଦୁଇ ବର୍ଷ ଭିତରେ ବିଧାୟକ ଶ୍ରୀ ସାହୁ ଅନେକବାର ନିଜ କାର୍ଯ୍ୟାଳୟରେ ରହି ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ଲାଗି ଉଦ୍ୟମ କରିଛନ୍ତି । ବିଧାୟକ ଶ୍ରୀ ସାହୁ ପ୍ରତ୍ୟକ୍ଷ ଭାବେ ଲଗାତାର ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଭେଟି ସେମାନଙ୍କର ସମସ୍ୟା ସମାଧାନ କରିବାରେ ସଫଳ ହୋଇଥିବାରୁ ସାଧାରଣରେ ପ୍ରସଂଶିତ ହୋଇଛନ୍ତି ।