ରାସ୍ତା ମଝିରେ ଜଳିଗଲା ବୋଲେରୋ ।

ବେଗୁନିଆପଡା ,୦୪/୧୦(ପିପିଟି):ରାସ୍ତା ମଝିରେ ଜଳିଗଲା ବୋଲେରୋ, ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋଦଳା ଥାନା ଅନ୍ତର୍ଗତ ପୁସ୍ତପୁର ଗ୍ରାମ ନିକଟରେ,ବିଳମ୍ବିତ ରାତିରେ ଆସିକା ଠାରୁ ଭୁବନେଶ୍ବର ଅଭିମୁଖେ ଯାଇଥିବା ୩୦ ନମ୍ବର ରାଜ୍ୟ ରାଜପଥ ରେ ଘଟିଛି ଏମିତି ଏକ ଘଟଣା ଘଟଣା..
କୋଦଳା ଠାରୁ ମାତ୍ର 7 କିଲୋମିଟର ଦୂର ପୁସ୍ତ ପୁର ଗ୍ରାମ ନିକଟରେ ଘଟିଛି ଦୁର୍ଘଟଣା । ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲେ ମଧ୍ୟ କେହି ମୃତାହତ ହୋଇନ ଥିବା ଜଣାପଡିଛି ।ଖବର ପାଇ କୋଦାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିପ୍ରାଥମିକ ସୂଚନା ପ୍ରକାରେ କୌଣସି କାରଣ ବଶତଃ ଇଞ୍ଜିନ ରୁ ନିଆଁ ବାହାରି ଥିବା ଅନୁମାନ କରାଯାଉଛି ।ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍ ଅଛି ।

Comments (0)
Add Comment