ଡାଇକିଛକ ପାଖରେ ଅଟୋ – ବାଇକ୍ ଧକ୍କା ।

ବେଗୁନିଆପଡ଼ା ,୨୫/୧୦(ପିପିଟି ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ କୁମାରିପାରି ଗ୍ରାମର ତଳରାସ୍ତାର ଡାଇକି ଛକ ଏବଂ କୁମାରିପାରି ର ମଧ୍ୟବର୍ତ୍ତି ଅଂଚଳରେ ଏକ ବାଇକ ସହ ଅଟୋ ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ଅଟୋଟି ଅଙ୍ଗାରଗାଁ ପଟୁ କୁମାରିପାରୀ ଅଭୀମୁଖେ ଯାଉଥିବା ବେଳେ ବାଇକ୍ କୁମାରିପାରୀ ପଟୁ ଅଙ୍ଗାରଗାଁ ଅଭିମୁଖେ ଆସୁଥିଲା । ଡାଇକି ଛକ ଏବଂ କୁମାରିପାରିର ମଧ୍ୟବର୍ତ୍ତି ଅଂଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏଥିରେ ବାଇକି ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣ।ପଡିଛି । ଖବର ଲେଖିବା ସୁଦ୍ଧା ଉଭୟଙ୍କ ପରିଚୟ ଜଣାପଡ଼ି ନାହିଁ ।

Comments (0)
Add Comment