ବେଲଝରୀ ଠାରେ କାଳଞ୍ଜି ସମାଜ ମଣ୍ଡଳ ସଭାଗୃହ ଉଦଘାଟନ ।

କୋଦଳା,୦୯/୦୭(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ବେଲଝରୀ ଠାରେ ଉଦଘାଟିତ ହୋଇଯାଇଛି କାଳଞ୍ଜି ସମାଜ ମଣ୍ଡଳ ସଭାଗୃହ। ମୁଖ୍ଯ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି। କେନ୍ଦ୍ର ସଭାପତି ସନ୍ତୋଷ କୁମାର ଜେନା, ଗୋପିନାଥ ମଣ୍ଡଳ ସଭାପତି ନୀଳକଣ୍ଠ ତରେଇ, ମର୍ଦ୍ଦମେଖ ସରପଞ୍ଚ ମଞ୍ଜୁଳା ମେହେଣା, କେନ୍ଦ୍ର ସଂପାଦକ ନୀଳାଞ୍ଚଳ ପଲେଇ, ସିଦ୍ଧେଶ୍ଵର ଅଞ୍ଚଳ ପରିଷଦ ସଭାପତି ଯୋଗେନ୍ଦ୍ର ବିଷୋୟୀ, ସଂପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, ଉପ ସଭାପତି ମହେଶ୍ବର ଭୂୟାଁ, କୋଷାଧ୍ୟକ୍ଷ ପ୍ରଭାକର ନାୟକ, ଉପଦେଷ୍ଟା ନୀଳାଞ୍ଚଳ ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ପ୍ରବାସୀ ଓଡିଆ ଓଡ୍ର ଖଣ୍ଡାୟତ କଳାଞ୍ଜି ସମାଜର ସଂଗଠକ ଅଭିମନ୍ୟୁ ଜେନା, ଗୋପିନାଥ ମଣ୍ଡଳ ଉପ ସଭାପତି ଦୀପକ କୁମାର ବିଷୋୟୀ, ଆସିକା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ହୃଷିକେଶ ମେହେଣା, ନୃସିଂହ ପ୍ରସାଦ ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ନୃତ୍ୟ ପରିବେଷଣ ପରେ ଗୋପିନାଥ ମଣ୍ଡଳ ସଂପାଦକ ରବିନ୍ଦ୍ର ନାଥ ଗୌଡ଼ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କାଳଞ୍ଜି ସମାଜ ଏକ ବିରାଟ ସଂଗଠନ।ସମାଜ ଓ ଜାତିକୁ ଛାଡି ଆମେ ବଞ୍ଚି ପାରିବା ନାହିଁ। ଏହି ସଂଗଠନ କୁ ସୁଦୃଢ କରିବା ସହ ସମାଜରେ ଶୃଙ୍ଖଳା ବଜାୟ ରଖିବା, ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା, ସଂସ୍କାର ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ଗୁରୁତ୍ବାରୋପ କରିଥିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ।ଆଗାମୀ ଦିନରେ ହେବାକୁ ଥିବା ମହାସଭା ଏଠାରେ କରାଯିବାକୁ କହିଛନ୍ତି ବିଧାୟକ ।ସେହିପରି ସମାଜର ଉନ୍ନତି ଦିଗରେ ପ୍ରତ୍ଯେକ ବ୍ଯକ୍ତିଙ୍କର ସହଭାଗିତା ରହିଛି ବୋଲି କହିଛନ୍ତି କେନ୍ଦ୍ର ସଭାପତି ସନ୍ତୋଷ କୁମାର ଜେନା। ନୂତନ ଗୃହ ଲୋକାର୍ପଣ ହୋଇଛି। ଉକ୍ତ ଗୃହର ଅଧିକ ଉନ୍ନତିକରଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଶ୍ରୀ ନାୟକ। ସେହିପରି ସିଦ୍ଧେଶ୍ଵର ଅଞ୍ଚଳ ପରିଷଦ ଗୃହ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ବିଧାୟକ। ଏହି ଅବସରରେ ବହୁ ଛାତ୍ରଛାତ୍ରୀ, ସମାଜର କର୍ମକର୍ତ୍ତା ଓ ଉପସ୍ଥିତ ସାମ୍ବାଦିକମାନଙ୍କୁ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment