ବେଗୁନିଆପଡା ,୨୮/୦୬(ପିପିଟି):କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ମଦ ସମ୍ପର୍କିତ ଅଭିଯୋଗକୁ ଚାଲେଞ୍ଜ କଲେ ଆସ୍କା ସଂସଦୀୟ କ୍ଷେତ୍ର ବିଜେଡି ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ବାପା ତଥା ବିଜେଡିର ବରିଷ୍ଠ ନେତା ହରପ୍ରସାଦ ସାହୁ । ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଙ୍ଗନବାଡି ମହିଳାଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗକୁ ଖଣ୍ଡନ କରି ଏହା ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ ଓ ବିରୋଧୀଙ୍କ ଚକ୍ରାନ୍ତ ବୋଲି କହିବା ସହିତ କୋଦଳାର ବରିଷ୍ଠ ବିଜେଡି ନେତା ତଥା ବିଜେଡି ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କ ବାପା ହର ପ୍ରସାଦ ସାହୁଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଭାବେ ଗତ ତିରିଶି ବର୍ଷ ଧରି ମହୁଲି ମଦ ନାରେ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗ ଆଣିବା ସହ ଏହି ମଦ ପିଇ ବହୁ ଲୋକ ମୃତ୍ୟୁବରଣ କରିଥିବା ଓ ସେମାନଙ୍କ ପତ୍ନୀଙ୍କୁ ବିଧବା ସଜେଇ ଦେଇଥିବା ଭଳି ସଙ୍ଗିନ ଅଭିଯୋଗ ଉପସ୍ଥାପନ କରିଥିଲେ । ସେହି ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ଆଜି ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ନିଜ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ମୋ ବିରୁଦ୍ଧରେ ଉପଯୁକ୍ତ ତଥ୍ୟ ପ୍ରମାଣ ସହିତ ପ୍ରମାଣିତ କରନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି ।
ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ