ବର୍ଷା ପାଣିରେ ବୁଡିଗଲା ମୋ ବସ୍‌।

ଖୋର୍ଦ୍ଧା,୦୬/୦୮(ପିପିଟି) :ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ୧୫ ଫୁଟ୍‌ ଉଚ୍ଚର ପାଣି ଜମିରହିଛି। ଜଟଣୀରୁ ପିପିଲିକୁ ସଂଯୋଗ କରୁଥିବା ରାସ୍ତାର ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ପାଣି ଜମି ରହିଛି । ତେବେ ଅଣ୍ଡରପାସ୍‌ରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଅଣ୍ଡରପାସ୍‌ ଦେଇ ଅତିକ୍ରମ କରୁଥିବା ମୋ ବସ୍‌ଟି ଫସି ଯାଇଥିଲା। ତେବେ ବୁଡ଼ି ଯାଇଥିବା ବସ୍‌ରୁ ଯାତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Comments (0)
Add Comment