ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ ।

ବାଲିଗୁଡା, ୧୯/୦୪  (ପିପିଟି). କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମୁସୁକୁଲି ସ୍ଥିତ ଏକ ବୁଲାଣି ନିକଟରେ ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି । ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ରୁ ଅଟୋ ଯୋଗେ ବାରଖମା କୁ ମାଛ ନେଇ ଯାଉଥିବା ସମୟରେ ରାଜ୍ୟ ରାଜପଥ ୪୧ନମ୍ବର ରାସ୍ତାର ମୁସୁକୁଲି ନିକଟରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଦୁର୍ଘଟଣା ରେ ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ମାଛ ଗୁଡିକ କ୍ଷତି ଘଟିଥିବା ଜଣାପଡିଛି ।

ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment