ଭଞ୍ଜନଗର ଜଳଭଣ୍ଡାରରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ।

ଭଞ୍ଜନଗର, ୧୯/୦୬(ପିପିଟି ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳଭଣ୍ଡାରରେ ଆଜି ଅପରାହ୍ନରେ ଗାଧୋଇବା ସମୟରେ ବୁଡି ଯାଇ ଦୁଇ ନାବାଳକ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ପ୍ରକାରେ ରବିବାର ସନ୍ଧ୍ୟାରେ ଲାଲସିଙ୍ଗି ଗ୍ରାମ ର କାହ୍ନୁ ପ୍ରଧାନ ଏବଂ ଆଶୁତୋଷ ଭୂୟାଁ ଉଭୟଙ୍କ ବୟସ ୧୭ ବର୍ଷ। ସାଙ୍ଗ ମାନଙ୍କ ସହ ଦୁହେଁ ଭଞ୍ଜନଗର ଘାଇକୁ ଗାଧୋଇବାକୁ ଯାଇଥିଲେ।ହେଲେ ଉଭୟଙ୍କୁ ପହଁରା ଆସୁ ନଥିବାରୁ ଗଭୀର ପାଣି ଭିତରକୁ ପଶି ଯାଇଥିଲେ।ସେଠାରୁ ବାହାରି ନପାରି ବୁଡ଼ି ଯାଇଥିଲେ।ସୌଭାଗ୍ୟବଶତଃ ଅନ୍ୟ ୪ଜଣ ସାଙ୍ଗ ବର୍ତ୍ତି ଯାଇଛନ୍ତି।ସେମାନେ ଅଗ୍ନିଶମ ବିଭାଗ ଏବଂ ପୋଲିସ ଖବର ଦେଇଥିଲେ। ସ୍ଥାନୀୟ କିଛି ଯୁବକ ଇଭୟଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ।ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ସଙ୍ଗେ ସଙ୍ଗେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲ ଆଣିଥିଲେ।ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଆଶୁତୋଷ ପିଲାଟି ବେଳୁ ତାର ଅଜାଘର ଲଣ୍ଡେଇ ସାହିରେ ରହୁଥିଲେ।ଖବର ପାଇ ମେଡିକାଲ ପାରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment