ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୪ର୍ଥ ବାର୍ଷିକ ସମ୍ମିଳନୀ ।

ଭଞ୍ଜନଗର, ୧୯/୦୪(ପିପିଟି ):ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୪ର୍ଥ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ମୁଖ୍ୟବକ୍ତା ରାଜ୍ୟ ସଂଘର ସଂଯୋଜକ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ସମ୍ମାନିତ ଅତିଥି ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼ କୃତ୍ତିବାସ ବିଶ୍ୱାଳ,ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ଅକ୍ଷୟ କୁମାର ମିଶ୍ର, ସମ୍ପାଦକ ରଞ୍ଜନ ଦାସ,ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସମ୍ପାଦକ ସୁକାନ୍ତ କୁମାର ବେହେରା,ସଂଘ ସଭାପତି ବିଭୁତି ଭୂଷଣ ଜେନା, ଉପସଭାପତି ପର୍ଶୁରାମ ସ୍ୱାଇଁ, ସମ୍ପାଦକ ଅନୁପମ ବାନାର୍ଜୀ,କାର୍ଯ୍ୟକାରୀ ସଭାପତି ପଦ୍ମନାଭ ପ୍ରଧାନ ମଞ୍ଚରେ ଉପସ୍ଥିତ ଥିଲେ।ନେତାଜୀ ବିଷୋୟୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।ମୁଖ୍ୟତଃ ସଂଘର ବିଭିନ୍ନ ସମସ୍ୟା ବିଷୟରେ ସ୍ଥାନୀୟ ବିଧାୟକଙ୍କୁ ଅବଗତ କରିବା ଉପରେ ଆଲୋଚନା ହୋଇଥିଲା।ସୁବଳ ଚନ୍ଦ୍ର ଭୂୟାଁ ସମସ୍ତ ବିବରଣୀ ପଠନ କରିଥିଲେ।ବାସନ୍ତୀ ପାଣିଗ୍ରାହୀ ସଂଘ ପକ୍ଷରୁ ଏକତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ସଂଘକୁ ସୁଦୃଢ଼ ଓ ସୁସଙ୍ଗଠିତ କରିବା, ସଂଘର ଆବଶ୍ୟକତା ପୂରଣ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା,ସରକାରୀ କର୍ମଚାରୀଙ୍କ ପେନସନ ଲାଗୁ କରିବା, ଭେଲିଡେଶନ ଆକ୍ଟ କୁ ରଦ୍ଦ କରିବା ଓ ସମସ୍ତଙ୍କୁ ବୋନସ ପ୍ରଦାନକୁ ନେଇ ମତ ପ୍ରକାଶ ପାଇଥିଲା।ସରକାର ଏସବୁ ଦାବି ପୂରଣ ନକଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।କିଛି ୮୦ବର୍ଷରୁ ଉର୍ଦ୍ଧ୍ବ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶୂଳପାଣି ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବହୁ ପୂର୍ବତନ ପୁରୁଷ ଓ ମହିଳା ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Comments (0)
Add Comment