ବନପାଳ, ବନରକ୍ଷୀ ଓ ଅବକାରୀ କନଷ୍ଟେବଳ ପରୀକ୍ଷା ୧୨ରୁ, ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ।

ଭୁବନେଶ୍ୱର, ୧୦/୧୦(ପିପିଟି): ବନପାଳ, ବନରକ୍ଷୀ ଓ ଅବକାରୀ କନଷ୍ଟେବଳ ପଦବି ପାଇଁ ଆସନ୍ତା ଅକ୍ଟୋବର ୧୨ରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଶାରୀରିକ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାରେ ସ୍ୱଚ୍ଛତା ଓ ନିରପେକ୍ଷତା ସହ ପ୍ରାର୍ଥୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି।
ମିଳିତ ନିଯୁକ୍ତି ପରୀକ୍ଷାର ପ୍ରସ୍ତୁତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଶୌଚାଳୟ, ସୁରକ୍ଷା ଓ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ କହିଛନ୍ତି। ପ୍ରତ୍ୟେକ ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷାର ଭିଡିଓଗ୍ରାଫି କରିବା ସହ ଆବଶ୍ୟକ ରେକର୍ଡ ସଠିକ୍ ଭାବେ ସଂରକ୍ଷଣ କରିବା ଏବଂ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ଆୟୋଜିତ ଏହି ପରୀକ୍ଷାରେ ମୋଟ ୪,୬୮୩ ଜଣ ଯୋଗ୍ୟ ପ୍ରାର୍ଥୀ ଅଂଶଗ୍ରହଣ କରିବେ।

Comments (0)
Add Comment